fbpx

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି: ମାତ୍ର ୨୫ ଟଙ୍କାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସଂଘ ଲୋକସେବା ଆୟେଗ ତରଫରୁ ସୁପରଭାଇଜର ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥି । ଆଜିଠୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ମେ’ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲୁ ରହିବ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୯ଟି ପଦବୀ ପାଇଁ ଯୋଗ୍ୟ ପାର୍ଥି ସନ୍ଧାନ କରାଯାଉଛି । ତେବେ ଏହି ପଦବୀରେ ଚାକିରି ପାଇବା ପାଇଁ କିଛିଯା କଥା ଉପରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ ସାଇଲ କଞ୍ଜର୍ଭେସନ୍ ଅଫିସର ପଦରେ ୨ ଟି ସ୍ଥାନ ପୂରଣ କରାଯିବ । ଏହାସହିତ ଅତିରିକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦରେ ୩, ବୈଜ୍ଞାନିକ ‘ବି’ରେ ଜଣେ ଏବଂ ସୁପରଭାଇଜର ଇନକ୍ଲୁସିଭ ଏଜୁକେସନ ଡିଷ୍ଟ୍ରିକ୍ଟ ପଦରେ ୩ ଜଣଙ୍କୁ ପଦ ପାଇଁ ନିଯୁକ୍ତି ଦିଆଯିବ । ତେବେ ଏଥିପାଇଁ ପ୍ରାର୍ଥିଙ୍କ ଯୋଗ୍ୟତା ଏବଂ ବୟସସୀମା ନୋଟିଫିକେସନରେ ଉପଲବ୍ଧ ରହିଛି ।

upsc

ତେବେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥିଙ୍କୁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ହେବ । କିନ୍ତୁ କେବଳ କ୍ୟାସ କିମ୍ବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେଟ ବ୍ୟାଙ୍କିଙ୍ଗ ଜରିଆରେ ଏହାର ପେମେଣ୍ଟ କରାଯାଇପାରିବ । ଏହାବ୍ୟତୀତ ଭିସା, ମାଷ୍ଟର କ୍ରେଡିଟ, ଡେବିଟ କାର୍ଡ ଇତ୍ୟାଦି ଦ୍ୱାରା ମଧ୍ୟ ପ୍ରାର୍ଥି ଏଥିପାଇଁ ପେମେଣ୍ଟ କରିପାରିବେ ।

Get real time updates directly on you device, subscribe now.