CHARIDHAM

PM Internship Scheme 2025: ଆଜି ହିଁ କରନ୍ତୁ ଆବେଦନ, କାଲି ବନ୍ଦ ହୋଇଯିବ ରେଜିଷ୍ଟ୍ରେସନ

ପିଏମ ଇଣ୍ଟର୍ନସିପ ପାଇଁ ରେଜିଷ୍ଟ୍ରେସନ କାଲି ବନ୍ଦ ହୋଇଯିବ। ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ୨୦୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା କାଲି ଅର୍ଥାତ ୧୨ ମାର୍ଚ୍ଚରେ ବନ୍ଦ ହୋଇଯିବ। ତେବେ ଯେଉଁ ପ୍ରାର୍ଥୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଅଫିସିଆଲ ୱେବସାଇଟ pminternship.mca.gov.in କୁ ଯାଇ ଆପ୍ଲାଏ କରନ୍ତୁ।
ପିଏମ ଇଣ୍ଟର୍ନସିପର ଦ୍ୱିତୀୟ ପର୍ଯ୍ୟାୟରେ ୧ ଲକ୍ଷ ଯୁବକ-ଯବତୀଙ୍କୁ ଚୟନ କରାଯିବ। ତେବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରନ୍ତୁ ନାହିଁ।

ଯୋଗ୍ୟତା:

– ପ୍ରାର୍ଥୀଙ୍କ ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ରହିବା ଉଚିତ
– ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ନଥିବ

– ଅନଲାଇନ୍‌/ ଡିସ୍ଟାଣ୍ଟ ଲର୍ଣ୍ଣିଂ ଛାତ୍ରଛାତ୍ରୀ ଆବେଦନ କରିପାରିବେ

– ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୁଚିତ ଜାତି/ ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି

ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଅନ୍ତର୍ଗତ କେଉଁମାନେ ଆବେଦନ କରିପାରିବେ ନାହିଁ:

– ଫୁଲ୍ ଟାଇମ୍ ଚାକିରି କିମ୍ବା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ
– IIT, IIM, MBBS, CA କିମ୍ବା CMA ଭଳି ଅନୁଷ୍ଠାନରୁ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ

– ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବେ

ଭତ୍ତା ଏବଂ ଅନ୍ୟାନ୍ୟ ଲାଭ: ଏହି ଯୋଜନାର ଅବଧି ଏକ ବର୍ଷ ରହିବ । ଏହା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସକ ୫ ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବ । ଏଥିରେ କେନ୍ଦ୍ର ପକ୍ଷରୁ ୪,୫୦୦ ଟଙ୍କା ଏବଂ କମ୍ପାନୀ ତରଫରୁ ୫୦୦ ଟଙ୍କା (CSR Fund) ଦ୍ୱାରା ପ୍ରଦାନ କରାଯିବ ।

ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ଅନୁଦାନ ଭାବେ ୬ ହଜାର ଟଙ୍କାର lumpsum ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ବୀମା କଭରେଜ୍ ପ୍ରଦାନ କରାଯିବ ।

ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ପାଇଁ ଆବେଦନ ପ୍ରକ୍ରିୟା:

୧. ପ୍ରଥମେ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ଅଫିସିଆଲ ପୋର୍ଟାଲ pminternship.mca.gov.inକୁ ଯାଆନ୍ତୁ ।

୨. ଲଗ୍ ଇନ୍ କରିବା ପରେ ନୂଆ ଆକାଉଣ୍ଟ ତିଆରି କରନ୍ତୁ ।

୩. ଏହା ପରେ ଶିକ୍ଷାଗତ ଯୋଗ୍ୟା, ଆୟୁ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରନ୍ତୁ ।

୪. ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ଫର୍ମ ଦାଖଲ କରନ୍ତୁ ।