fbpx

ବିଚାରପତିଙ୍କ ନିଯୁକ୍ତି: ସୁପ୍ରିମକୋର୍ଟ କଲେଜିୟମର ଐତିହାସିକ ନିଷ୍ପତି, RAW ଏବଂ IB ରିପୋର୍ଟ କଲେ ସାର୍ବଜନିନ

ନୁଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ଐତିହାସିକ ନିଷ୍ପତି ନେଇଛନ୍ତି। କଲେଜିୟମ ହାଇକୋର୍ଟ ବିଚାରପରତିଙ୍କ ନିଯୁକ୍ତିକୁ ନେଇ RAW ଏବଂ IB ରିପୋର୍ଟକୁ ସାର୍ବଜନିନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ବିରୋଧର ଖୁଲାସା କରିବା ସହିତ ବିସ୍ତାରରେ ଏହାର ଜବାବ ଦେଇଛନ୍ତି। ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ କଲେଜିୟମ ଚାରି ଦିନର ବିଚାର ବିମର୍ଷ କରି ଏହିନିଷ୍ପତି ନେଇଛନ୍ତି। କଲେଜିୟମରେ ଥିବା ବିଚାରପତିଙ୍କ ସମେତ ଭବିଶ୍ୟତର ମୁଖ୍ୟବିଚାରପତିଙ୍କ ସହିତ ମଧ୍ୟ ଏ ବିଷୟରେ ଆଲୋଚନା ହୋଇଥିଲା। ବିଚାରପତି ମାନଙ୍କର ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ଏହି ବଡ଼ ପଦକ୍ଷେପ ନେଇଛନ୍ତି।

କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡକୁ ଜବାବ ଦେବା ପାଇଁ, ମୁଖ୍ୟବିଚାରପତିଙ୍କ ନେତୃତ୍ୱରେ ଥିବା କଲେଜିୟମ୍ ନିଷ୍ପତ୍ତି ନେଇଛି ଯେ ଏଥର ସମଗ୍ର ମାମଲା ସାର୍ବଜନୀନ କରାଯିବା ଉଚିତ୍। ଏପରିକି କେନ୍ଦ୍ରର ଆପତ୍ତି, RAW ଏବଂ IB ର ରିପୋର୍ଟଗୁଡିକ ମଧ୍ୟ କଲେଜିୟମର ସୁପାରିଶରେ ଉଲ୍ଲେଖ କରାଯିବା ଉଚିତ୍। ଆହୁରି ମଧ୍ୟ, ଏପରି ପରିସ୍ଥିତିରେ, କଲେଜିୟମର ମତ ମଧ୍ୟ ସୁପାରିଶରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍।

ସୁତ୍ରରୁ ମିଳିଥିବା ଖବର ମୁତାବକ ମୁଖ୍ୟବିଚାରପତି ଚନ୍ଦ୍ରଚୂଡ଼ ଗତ କିଛି ଦିନରୁ କଲେଜିୟମର ସୁପାରିଶକୁ ନେଇ ବିଚାର କରୁଥିଲେ। ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ସୁପାରିଶ କରିବା ଏବଂ ସୌରଭ କ୍ରିପାଲଙ୍କ ସମେତ ଅନ୍ୟ ଓକିଲଙ୍କ ନାମ ପୁଣି ଦେବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ଦିନ ମୁଖ୍ୟବିଚାରପତି, ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ କେଏମ ଜୋସେଫଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ସୁପ୍ରିମକୋର୍ଟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୁରୁବାର ପୂର୍ବାହ୍ନରେ କୋର୍ଟ ଆରମ୍ଭ ହେବା ପୂର୍ବରୁ ମୁଖୟବିଚାରପତି ମଧ୍ୟ ଭବିଷ୍ୟତର ମୁଖ୍ୟ ବିଚାରପତିଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ।

Get real time updates directly on you device, subscribe now.