fbpx

DIET ରେ ୧୨୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ

Advertisement

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି । ଏଥିପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିଶନ ଡିସେମ୍ବର ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଡିସେମ୍ବର ୨୦ ତାରିଖରେ ଏଥିପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କେବଳ ଅନ୍‌ଲାଇନ୍ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ତିନୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ୍ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ହେବ । କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ କରାଯିବ । ବିଜ୍ଞପ୍ତି ସମ୍ପର୍କିତ ସବିଶେଷ ତଥ୍ୟ ଓଏସ୍‍ଏସ୍‍ସିର ୱେବ୍‌ସାଇଟ୍ www.ossc.gov.in ରେ ଉପଲବ୍ଧ ଅଛି ।

Get real time updates directly on you device, subscribe now.