fbpx

ରିୟାସଦ୍ଦିନ ସାହିକ ମହମ୍ମଦଙ୍କ ସରିଲା ଏ ଆର ରେହମାନଙ୍କ ଝିଅ ଖାତିଜାଙ୍କ ନିର୍ବନ୍ଧ: ଖୁବଶୀଘ୍ର କରିବେ ବିବାହ ତାରିଖ ଘୋଷଣା

ପରିବାର ଏବଂ କିଛି ବନ୍ଧୁଙ୍କୁ ଉପସ୍ଥିତିରେ ରିୟାସଦ୍ଦିନ ସାହିକ ମୋହମ୍ମଦଙ୍କ ସହ ସରିଛି ମ୍ୟୁଜିକ ମାଇଷ୍ଟ୍ରୋ ଏ.ଆର ରେହମାନଙ୍କ ଝିଅ ଖାତିଜାଙ୍କ ନିର୍ବନ୍ଧ । ଏନେଇ ରବିବାର ନିଜେ ଘୋଷଣା କରିଛନ୍ତି ଖାତିଜା । ଏହା ସହ ସେ ତାଙ୍କର ହେବାକୁ ଯାଉଥିବା ସ୍ୱାମୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏ.ଆର ରେହମାନ ମଧ୍ୟ ଏକ ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ କରୋନା ମହାମାରୀ କାରଣରୁ ଡିସେମ୍ବର ୨୯ ରେ ଏହି ନିର୍ବନ୍ଧ ସଂପୂଣ୍ଣ ଗୁପ୍ତ ଭାବରେ ହୋଇଥିଲା, କେବଳ ପରିବାର ଲୋକ ଏବଂ କିଛି ନିକଟ ବନ୍ଧୁଙ୍କୁ ନେଇ ହୋଇଥିଲା ଉଭୟଙ୍କ ନିର୍ବନ୍ଧ ।

ଖାତିଜା ରିୟାସଦ୍ଦିନ ସାହିକ ମୋହମ୍ମଦଙ୍କୁ ନିର୍ବନ୍ଧ କରିଥିବାନେଇ ଇନଷ୍ଟ୍ରଗାମରେ ଏକ ପୋଷ୍ଟ ଜରିଆରେ କହିଛନ୍ତି । ଖାତିଜାଙ୍କ ଅନୁଯାୟୀ ରିୟାସଦ୍ଦିନ ସାହିକ ମୋହମ୍ମଦ ହେଉଛନ୍ତି ଜଣେ ଆଗ୍ରହୀ ଉଦ୍ୟୋଗୀ ଏବଂ ଜଣେ ଅଡିଓ ଇଞ୍ଜିନିୟର । ଏହାସହ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଖାତିଜା ରିୟାସଦ୍ଦିନଙ୍କୁ ନିଜ ଜନ୍ମଦିନରେ ନିର୍ବନ୍ଧ କରିଛନ୍ତି ।

ନିଜ ନିର୍ବନ୍ଧକୁ ଘୋଷଣା କରିବା ସହ ସେ ଖୁସିଥିବା ନେଇ ଲେଖିଛନ୍ତି ଖାତିଜା । ଦେଖନ୍ତୁ ପୋଷ୍ଟ…

 

View this post on Instagram

 

A post shared by 786 Khatija Rahman (@khatija.rahman)

ଏ ଆର ରେହମାନଙ୍କ ତିନି ସନ୍ତାନ ଅଛନ୍ତି । ଖାତିଜା, ରହିମା ଏବଂ ଏଆର ରମିନ । ଖାତିଜା ଅନେକ ତାମିଲ ଗୀତରେ ନିଜର କଣ୍ଠଦାନ କରିଛନ୍ତି । ସେ ରଜନୀକାନ୍ତଙ୍କ ଏନ୍ଥୀହାରନ ଫିଲ୍ମର ‘ପୁଢିଆ ମାଣିଧା’ ଗୀତରେ ତାଙ୍କର ଡେବ୍ୟୁ କରିଥିଲେ । ତେବେ ଖବଶୀଘ୍ରା ଖାତିଜା ଏବଂ ରିୟାସଦ୍ଦୀନଙ୍କ ବିବାହ ନେଇ ତାରିଖ ଘୋଷଣା କରିବେ ।

Get real time updates directly on you device, subscribe now.