fbpx

(Video) ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଲା ହ୍ୟାରିସଙ୍କ ପାଇଁ ଗୀତ ରେକର୍ଡ କଲେ ଏ.ଆର ରେହମାନ୍

ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ବିଜୟୀ ହେବା ନେଇ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏଥର ଆମେରିକୀୟ ଭୋଟର ଜଣେ ଭାରତୀୟ ସଙ୍ଗୀତଜ୍ଞଙ୍କ ଯାଦୁ ଦେଖିବେ । ଭାରତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ କମଲାଙ୍କ ସମର୍ଥନରେ ସଙ୍ଗୀତ କାର୍ଯ୍ୟକ୍ରମରେ ୩୦ ମିନିଟର ଏକ ଭିଡିଓ ରେକର୍ଡ କରିଛନ୍ତି । ଏହି ଭିଡିଓ ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ନିର୍ବାଚନରେ କମଲାଙ୍କୁ ବେଶ୍ ସହାୟତା ମିଳିବ ବୋଲି ଆଶା କରାଯାଉଛି ।

ଏହା ଫଳରେ ଭାରତୀୟ-ଆଫ୍ରିକୀୟ ମୂଳ ନେତ୍ରୀଙ୍କୁ ନିର୍ବାଚନରେ ସମର୍ଥନ କରି ୫୭ ବର୍ଷୀୟ ରେହମାନ ଦକ୍ଷିଣ ଏସିଆର ପ୍ରଥମ କଳାକାର ହେବାର ସୌଭାଗ୍ୟ ଲାଭ କରିଛନ୍ତି । କମଲାଙ୍କ ୨୦୨୪ ରାଷ୍ଟ୍ରପତି ଅଭିଯାନ ସମର୍ଥନରେ ରେହମାନ ୩୦ ମିନିଟର ଏକ ସ୍ପେଶାଲ ଭିଡିଓ ରେକର୍ଡ କରିଥିବା ନେଇ ପୂର୍ବରୁ ଏସିଆନ ଆମେରିକାନ ପାସିଫିକ୍ ଆଇଲ୍ୟାଣ୍ଡର୍ସ (ଏଏପିଆଇ) ପକ୍ଷରୁ ଘୋଷଣା କରାଯାଇଥିଲା । ଏହା କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ, ତା’ଠାରୁ ଆହୁରି ଅଧିକ ବୋଲି ଏଏପିଆଇ ପକ୍ଷରୁ କୁହାଯାଇଛି । ଏହି ୩୦ ମିନିଟର ଭିଡିଓରେ ରେହମାନଙ୍କ କେତେକ ହିଟ୍ ଗୀତକୁ ସାମିଲ କରାଯାଇଛି । ଗୀତରେ କମଲାଙ୍କ ଐତିହାସିକ ପ୍ରାର୍ଥୀତ୍ୱ ଓ ଏଏପିଆଇ ସମୁଦାୟ ପ୍ରତି ସଂକଳ୍ପର ବାର୍ତ୍ତାକୁ ସାମିଲ କରାଯାଇଥିବା କୁହାଯାଇଛି ।

 

View this post on Instagram

 

A post shared by AAPI Victory Fund (@aapivictoryfund)

Get real time updates directly on you device, subscribe now.