fbpx

(ଅର୍ଚ୍ଚନା ନାଗ ମାମଲା) ମୁଁ ଇଡିରୁ ଫେରେ ସବୁକଥା କହିବି: ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର: ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗ ମାମଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଇଡି ଆକ୍ସନ ମୋଡକୁ ଆସିଛି । ଫଳରେ ଧୀରେ ଧୀରେ ଫିଟୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର କଳା ଚିଠା। ତେବେ ଏହି ଘଟଣାରେ ପୂର୍ବରୁ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଇଡରେ ହାଜର ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ମଧ୍ୟ ଇଡି ଅଫିସରେ ହାଜର ହୋଇଛନ୍ତି ।

ତେବେ ଇଡି ଅଫିସରେ ହାଜର ହେବା ପାଇଁ ପ୍ରମୋଦଙ୍କୁ ପୂର୍ବରୁ ସମନ ପଠାଯାଇଥିଲା । ଯାହାଫଳରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ଯାହାକୁ ନେଇ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗର ଅଡୁଆ ବଢିବାର ଲାଗିଛି । ତେବେ ଇିଡି ଅଫିସକୁ ଯିବା ସମୟରେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଅର୍ଚ୍ଚନା ନାଗ ପୂର୍ବରୁ ମୋର ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲା । ଏହାପରେ ସେ ମୋତେ ବ୍ଲାକମେଲ କରୁଥିଲା । ଏଥିସହିତ ମୁଁ ଇଡିରୁ ଫେରିବା ପରେ ଆଉ ସବୁକଥା କହିବି ବୋଲି କହିଛନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ।

Get real time updates directly on you device, subscribe now.