fbpx
BSKY SKY
BSKY SKY

ଗାଡ଼ିରେ ବସିଲା ବେଳେ ବାନ୍ତି ଲାଗୁଛି କି? ପାଖରେ ରଖନ୍ତୁ ଏହି ୩ଟି ଜିନିଷ

BSKY

ବହୁତ ଗୁଡିଏ ଲୋକ ଅଛନ୍ତି ଯିଏ ବସ କିମ୍ବା ଚାରି ଚକିଆ ଯାନରେ ବସିବା ମାତ୍ରେ ବାନ୍ତି କରିଥାନ୍ତି । ସେହି ବନ୍ଦ ଗାଡି ଭିତରେ ତାଜା ପବନର ପରିମାଣ କମ ଥାଏ । ଏବଂ ଆପଣଙ୍କ ଶରୀରର ରକ୍ତ ସଂଚାଳନ ମନ୍ଥର ଗତିରେ ହୋଇଥାଏ ହେଲେ ସେହି ହିସାବରେ ଆପଣ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯାହାପାଇଁ ଆପଣଙ୍କ ଦେହ ବୁଲାଇ ବାନ୍ତି ହୋଇଥାଏ । ଏହି କାରଣରୁ ଆପଣଙ୍କ ଯାତ୍ରା ଦୁଃଖ ଦାୟକ ହୋଇଥାଏ । ଆପଣ ଯଦି ଏହି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଯାତ୍ରା କରିବା ସମୟରେ ଏହି ୩ଟି ଜିନିଷ ପାଖରେ ରଖନ୍ତୁ । ଏହାକୁ ପାଖରେ ରଖିବା ଦ୍ୱାରା ଆପଣ କେବେ ବି ଅଶୁବିଧାରେ ପଡିବେ ନାହିଁ । ଆସନ୍ତୁ ଜାଣିବା ଏହି ୩ଟି ଜିନିଷ କ’ଣ…

ସାଧାରଣତଃ ଅଦାକୁ ଚା ଏବଂ ତରକାରୀରେ ବାସ୍ନା ପାଇଁ ବ୍ୟବହାର କରାଯାଇଥାଏ । ହେଲେ ପ୍ରକୃତରେ ଏହା ଏକ ଆୟୁର୍ବେଦ ଔଷଧ । ଯଦି ଆପଣଙ୍କୁ ବାନ୍ତି ଲାଗୁଛି ତେବେ ଅଦାକୁ ବ୍ୟବହାର କରିପାରିବେ । ସେଥିପାଇଁ କୌଣସି ଦୂର ଯାଗାକୁ ଯାତ୍ରା କରିବା ସମୟରେ ଏହାକୁ ସାଂଗରେ ନେଇ ଯାଆନ୍ତୁ । ଯଦି ଅଦା ନେବାକୁ ପସନ୍ଦ କରୁ ନାହାନ୍ତି ତେବେ ଅଦା ଯୁକ୍ତ ଗରମ ପାଣି ବା ଚାହାକୁ ନେଇ ପାରିବେ । ବାନ୍ତି ଆସିଲା ମାତ୍ରେ ଏହାକୁ ପି ନିଅନ୍ତୁ ।

ବାନ୍ତି ଲାଗିଲେ ଆପଣ କଦଳୀକୁ ମଧ୍ୟ ଖାଇପାରିବେ । କାରଣ କଦଳୀ ପୋଟାସିୟମକୁ ଷ୍ଟୋର କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ମାତ୍ରେ ଦେହ ବୁଲାଇବାକୁ ତୁରନ୍ତ ଠିକ କରିଦିଏ । ଯଦି ଆପଣ କାର, ବସ କିମ୍ବା ଟ୍ରେନରେ କୁଆଡେ ଯାଉଛନ୍ତି ତେବେ ବ୍ୟାଗରେ ୩-୫ଟି କଦଳୀ ରଖିବାକୁ ଭୁଲନ୍ତୁ ନାହିଁ ।

ଆପଣ ସମସ୍ତଙ୍କୁ ଜଣା ଥିବ ବାନ୍ତି ଉଠାଇଲେ ଲେମ୍ବୁକୁ ପାଟିରେ ମାରିଲେ ବାନ୍ତି ଅଟକି ଯାଏ । ତେବେ ଆପଣ ଦୂର ଯାଗାକୁ ଯାତ୍ରା କରିବା ସମୟରେ ଲେମ୍ବୁକୁ ମଧ୍ୟ ପାଖରେ ରଖନ୍ତୁ, । ଯଦି ଗ୍ୟାସ ହେଉଛି କି ଦେହ ବୁଲାଉଛି ତେବେ ଲେମ୍ବୁକୁ ପାଟିରେ ଚିପୁଡ଼ି ରଶକୁ ଖାଆନ୍ତୁ । ଲେମ୍ବୁ ରସକୁ ଖାଇବାର ଫଳ ସାଙ୍ଗେ ସାଙ୍ଗେ ଅନୁଭବ କରିପାରିବେ । ଏହା ବାନ୍ତିକୁ ଅଟକାଇବାର ଅତ୍ୟନ୍ତ ଲାଭ ଦାୟକ ।

Get real time updates directly on you device, subscribe now.