ନୂଆଦିଲ୍ଲୀ: ସୋସିଆଲ ମିଡିଆ ବର୍ତ୍ତମାନ ଲାଇଫଷ୍ଟାଇଲର ଏକ ଅଭିନ୍ନ ଅଂଶ କହିଲେ ଭୁଲ ହେବନି । ଏହି ପ୍ଲାଟଫର୍ମରେ ଅନେକ ସମୟରେ କିଛି ଅଜଣା ଅଚିହ୍ନା ଲୋକଙ୍କ ସହ ଭେଟ ହୋଇଯାଏ । କିନ୍ତୁ ସୋସିଆଲ ମିଡିଆରେ ଛୋଟିଆ ଭୁଲ ଆପଣଙ୍କୁ ଖୁବ ମହଙ୍ଗା ପଡ଼ିପାରେ । ଏଭଳି କିଛି ମାମଲା ବର୍ତ୍ତମାନ ସାମନାକୁ ଆସିଛି । ଯେଉଁଥିରେ ଦେଖାଯାଇଛି, ଲୋକମାନେ ସୋସିଆଲ ମିଡିଆରେ ହନିଟ୍ରାପର ଶିକାର ହୋଇଛନ୍ତି । ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ହରାଇଥିବାର ଦେଖାଯାଇଛି ।
ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରରେ ସରକାରୀ ଅଫିସିଆଲ ଆକାଉଣ୍ଟ ସାଇବର ଦୋସ୍ତ ଏବେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଲୋକମାନଙ୍କୁ ସୋସିଆଲ ମିଡିଆରେ ହନିଟ୍ରାପରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହିସବୁ ଭୁଲ କରିବାରୁ ନିବୃତ୍ତ ରହିବା ଆବଶ୍ୟକ:-
ହନିଟ୍ରାପ ଏଭଳି ଏକ ମାୟାଜାଲ, ଯେଉଁଥିରେ ରୋମାଣ୍ଟିକ ଷ୍ଟାଇଲରେ ମହିଳାମାନେ ଲୋକଙ୍କ ଫସାଇଥାନ୍ତି । ଯେତେବେଳେ କୌଣସି ବ୍ୟକ୍ତି ସେମାନଙ୍କ ଚେହେରା ବା ରୂପ-ଯୌବନରେ ଫସିଯାଏ, ସେହିଠାରୁ ଆରମ୍ଭ ହୁଏ ଠକାମୀର ଚକ୍ରାନ୍ତ । ଏହାପରେ ବ୍ଲାକମେଲ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଯାଆନ୍ତି ହନିଟ୍ରାପ କୁଇନ୍ ।
Protect yourself from honey traps. Stay cautious and safeguard yourself in the virtual meeting world of social media.#CyberSafeIndia #StayAware #StayCyberWise #I4C #MHA #Dial1930 #Thrusday #GoogleIndia pic.twitter.com/x1IFvsHudc
— Cyber Dost (@Cyberdost) December 21, 2023
ସୋସିଆଲ ମିଡିଆରେ କରନ୍ତୁ ନାହିଁ ଏହିସବୁ ଭୁଲ:
୧. ହନିଟ୍ରାପ ଜାଲରୁ ବର୍ତ୍ତିବା ପାଇଁ ଭୁଲରେ ମଧ୍ୟ ସୋସିଆଲ ମିଡିଆରେ କୌଣସି ଅଜଣା ଝିଅଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ । ଏମିତି କରିବା ପୂର୍ବରୀୁ ୧୦୦ ଥର ଚିନ୍ତା କରନ୍ତୁ ।
୨. କଥାବାର୍ତ୍ତା ଆଗକୁ ଯିବା ପୂର୍ବରୁ ସାମନା ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରି ନିଅନ୍ତୁ ।
୩. ସୋସିଆଲ ମିଡିଆରେ ଯଦି କୌଣସି ଝିଅ ଆପଣଙ୍କୁ ଫସାଇ ଠକିବାକୁ ଚେଷ୍ଟା କରେ, ଯଥାଶୀଘ୍ର ଏହି ମାମଲା ନେଇ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ।
୪. କୌଣସି ଝିଅ ବା ଯୁବତୀ ସୋସିଆଲ ମିଡିଆରେ ଆପଣଙ୍କୁ ଭିଡିଓ କଲ କଲେ, ଏହାକୁ ରିସିଭ କରନ୍ତୁ ନାହିଁ । ଆପଣଙ୍କର ଏହି ଭିଡିଓ କଲ ରେକର୍ଡ କରାଯାଇପାରେ ଏବଂ ଏହି ରେକର୍ଡିଙ୍ଗ ଜରିଆରେ ଆପଣଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ହଡ଼ପ କରିପାରନ୍ତି ହନିଟ୍ରାପ କୁଇନ୍ ।
ସତର୍କ ରହିଲେ ଆପଣ ନିଜକୁ ହନିଟ୍ରାପର ଶିକାର ହେବାରୁ ବଞ୍ଚାଇ ପାରିବେ । କିନ୍ତୁ ଯଦି ଭୁଲରେ ବି ଏଭଳି ମାମଲାରେ ଫସିଯାଆନ୍ତି, ତେବେ ପ୍ରଥମେ ଆପଣଙ୍କୁ ସରକାରଙ୍କ ସାଇବର କ୍ରାଇମ ନେସନାଲ ହେଲ୍ପଲାଇନ୍ ନମ୍ବର ୧୯୩୦ରେ କଲ୍ କରି ଅଭିଯୋଗ ଦାଖଲ କରିବାକୁ ପଡ଼ିବ ।