fbpx

ଲାପଟପ ବ୍ୟବହାରରେ ସ୍ଲୋ ସମସ୍ୟା ଦେଖାଯାଉଛି କି? ଏହି ୫ଟି ଟିପ୍ସକୁ ଫଲୋ କରନ୍ତୁ

ଦୈନନ୍ଦିନ ଆମେ କାମ କରିବା ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର କରିଥାଉ । ହେଲେ ଏହା ବେଳେବେଳେ ଧୀରଗତିରେ ଚାଲିଥାଏ । ଯାହାଦ୍ୱାରା ଆମ କାମ କରିବା କ୍ଷେତ୍ରରେ ବାଧାପ୍ରାପ୍ତ ଉପୁଜିଥାଏ । ଯେତେବେଳେ କିଛି ଟେକନିକରେ ଖରାପ ଥାଏ ସେତେବେଳେ ଲାପଟପ ଆପେଆପେ ସ୍ଲୋ ହୋଇଯାଏ । ଏହି ସମସ୍ୟା ପାଇଁ ନା ଠିକରେ କାମ କରି ହୁଏ ନା ସମୟ ଅନୁସାରେ କାର୍ଯ୍ୟ ଶେଷ ହୁଏ । ଏଥିପାଇଁ ଅନ୍ୟ ଏକ ନୂଆ ଲ୍ୟାପଟପର ଆବଶ୍ୟକ ହୋଇଥାଏ । ହେଲେ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । ତେଣୁ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଏମିତି କିଛି ଟିପ୍ସ ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଲାପଟପ ସ୍ଲୋ ଠିକ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ୫ଟି ଟିପ୍ସ ଯାହାକି ଆପଣଙ୍କ ଲାପଟପକୁ ବୁଷ୍ଟ କରିଦେବ ।

ପ୍ରତ୍ୟେକ ମଣିଷ ଲାପଟପରେ କାମ କରିବା ସମୟରେ ବା ବ୍ରାଉଜ କରିବା ସମୟରେ ଏହି ଟ୍ୟାବକୁ ନିଜ ଆଖି ସାମ୍ନାରେ ରଖିବାକୁ ପସନ୍ଦ କରି ଏହାକୁ ଓପେନ କରି ରଖିଆନ୍ତି । ହେଲେ ମନେରଖନ୍ତୁ ଆପଣଙ୍କ ବ୍ରାଉଜରରେ ଯେତେ ଅଧିକ ଟ୍ୟାବ ଖୋଲା ରହିବ, ସେତେ ଅଧିକ ଆପଣଙ୍କ ରମ ବା ପ୍ରୋସେସରରେ ଚାପ ପଡିବ । ସେଥିପାଇଁ ସେହି ଅନାବଶ୍ୟକ ଟ୍ୟାବକୁ ବନ୍ଦ କରିଦିଅନ୍ତୁ ।

ଲାପଟପ ରିଷ୍ଟାର୍ଟ କରନ୍ତୁ, ସିଷ୍ଟମକୁ ରିଷ୍ଟାର୍ଟ କରିବା ସବୁଠାରୁ ସହଜ ଉପାୟ । ରିଷ୍ଟାର୍ଟ କରିବା ଦ୍ୱାରା କ୍ୟାସ ମେମୋରୀ ସଫା ହୋଇପାରେ ଏବଂ ଆପଣଙ୍କ ଡିଭାଇସକୁ ନୂଆକରି କାମ କରିବାକୁ ଅନୁମତି ଦେଇଥାଏ । ତେବେ ଡ଼ିଭାଇସରେ ଯେତେବେଳେ ଅପଡେଟ କରିବାକୁ ଦେଖାଉଛି ସେତେବେଳେ ସାଙ୍ଗେ ସାଙ୍ଗେ ଏହାକୁ ଅପଡେଟ କରାନ୍ତୁ ।

ଆରଣଙ୍କୁ ଲାଗୁଛି କି ଲାପଟପରେ ଏମିତି କିଛି ପୋଗ୍ରାମ ଅଛି ଯାହାକୁ ଆପଣ ମାସେ ପୂର୍ବରୁ ଡାଉନଲୋଡ କରିଥିଲେ? ହେଲେ କେବେ ବି ଏହାକୁ ବ୍ୟବହାର କରି ନାହାନ୍ତି । ଏହାକୁ ବର୍ତ୍ତମାନ ଖୋଲି ବ୍ୟବହାର କରନ୍ତୁ । ଏହା ସ୍ଲୋ ପ୍ରୋସେସ କୁ ଠିକ କରିବା ପାଇଁ ପ୍ରଭାବଶାଳୀ ପଦ୍ଧତି ଅଟେ ।

ଲାପଟପରେ ଏମିତି କିଛି ଆପ ଅଛି ଯାହା ମନକୁ ମନକୁ ଓପେନ ହୋଯାଉଥିବ । ଆପଣ ଖୋଲିବାକୁ ଚାହୁଁନଥିଲେ ମଧ୍ୟ ଏହା ଖୋଲି ଯାଉଥିବ । ଏହି ଅଶୁବିଧା ହେଉଥିଲେ ମନ ରଖନ୍ତୁ Ctrl+Shift+Esc ମାରି ଷ୍ଟାର୍ଟ ମ୍ୟାନରଜରକୁ ଯାଇ ୱାଇଡ ଭ୍ୟୁରେ ଷ୍ଟର୍ଟଅଫ ଟ୍ୟାବ ଉପରେ ନେଭିଗେଟ କରନ୍ତୁ ଓ ବନ୍ଦ କରି ଦିଅନ୍ତୁ ।

ସିଷ୍ଟମରେ ଏମିତି କିଛି ପୋଗ୍ରାମ ଅଛି , ଯାହାକି ଲାପଟପ ସ୍କ୍ରିନ ପଛରେ ଚାଲିଥାଏ ହେଲେ ଆମକୁ ଜଣାଡିନଥାଏ । ଏହାଦ୍ୱରା ମଧ୍ୟ ସିଷ୍ଟମ ସ୍ଲୋ ହୋଇଥାଏ । ତେବେ ବ୍ୟାକଗ୍ରାଉଣ୍ଡ ପ୍ରୋଗ୍ରାମକୁ ହଟାଇବା ପାଇଁ Ctrl+Shift+Escକୁ ଦବାଇ ଟାସ୍କ ମ୍ୟାନେଜରକୁ ଯାଆନ୍ତୁ । ଏହାପରେ ଜାଣନ୍ତୁ କେଉଁ ଅନାବଶ୍ୟକ ପ୍ରୋଗ୍ରାମ ଆପଣଙ୍କ ଲାପଟପରେ ଚାଲୁଛି । ସେହି ପ୍ରୋଗ୍ରାମ ଉପରେ ରାଇଟ କ୍ଲିକ କରି ଏଣ୍ଡ ଟାସ୍କ ଉପରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.