fbpx

ଟାଟୁ କାଟୁଛନ୍ତି କି ! ହୋଇପାରେ ଆପଣଙ୍କୁ ବି କ୍ୟାନ୍ସର

Advertisement

ଓଡିଶା ଭାସ୍କର: ଟାଟୁ ବନେଇବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । ଯୁବକ ଯୁବତୀମାନଙ୍କ ଠାରୁ ଆରମ୍ଭ କରିବା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫେସନବଲ୍ ବା ଷ୍ଟାଇଲିଷ୍ଟ୍ ଦେଖାଯିବା ପାଇଁ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ ବନେଇ ଥିବାର ଦେଖିବାକୁ ମିଳେ । ଟାଟୁ ବନେଇବା ଦ୍ୱାରା ବ୍ଲଡ କ୍ୟାନସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ତେବେ ଟାଟୁ ଦ୍ୱାରା କେଉଁ ପ୍ରକାରର ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ ସ୍ୱିଡେନର ୧୦ ବର୍ଷଧରି ଏହି ଟାଟୁକୁ ନେଇ ଗବେଷଣା କରାଯାଇଥିଲା । ଏହି ପରୀକ୍ଷାରେ ୨୦ରୁ ୬୦ ବର୍ଷ ବୟସର ଲୋକମାନଙ୍କୁ ସାମିଲ କରାଯାଇଥିଲା । ସେହି ପରୀକ୍ଷାରୁ ଜଣାପଡିଥିଲା ଯେ ଟାଟୁ ନ କରିଥିବା ଲୋକମାନଙ୍କ ଅପେକ୍ଷା ଟାଟୁ କରିଥିବା ଲୋକଙ୍କୁ ଲିମ୍ଫୋମା ଭଳି ସମସ୍ୟା ଭୋଗିବାକୁ ପଡେ । ଗତ ଦୁଇବର୍ଷ ଭିତରେ ୮୧ ପ୍ରତିଶତ ଟାଟୁ ବନେଇଥିବା ଲୋକମାନଙ୍କୁ ଲିମ୍ଫୋମା ହୋଇଛି ।

ଏହି ଲିମ୍ଫୋମା ରୋଗର ମୁଖ୍ୟ କାରଣ ଟାଟୁରେ ବ୍ୟବହାର ହେଉଥିବା ରାସାୟନିକ ଇଙ୍କ୍ । ଟାଟୁରେ ବ୍ୟବହାର ହେଉଥିବା କିଛି ରାସାୟନିକ ପଦାର୍ଥ ଲିମ୍ଫୋମା ରୋଗକୁ ବଢେଇଥାଏ । ଆପଣମାନେ ଟାଟୁ କରିବାକୁ ପସନ୍ଦ କରନ୍ତି ତେବେ କୌଣସି ପ୍ରକାରର ଭୟଭୀତ ହୁଅନ୍ତୁ ନାହିଁ । ଯଦି ଟାଟୁ କରିବାକୁ ଚାହାଁନ୍ତି , ତେବେ ଆପଣ ଭଲ ସ୍ୱଚ୍ଛଥିବା ଟାଟୁ ସପ୍ ଯାଆନ୍ତୁ । ସେଠାରେ ସବୁଠାରୁ ବ୍ରାଣ୍ଡେଡ୍ ଇଙ୍କ୍ ଦ୍ୱାରା ଟାଟୁ ବନେଇ ପାରିବେ । ଏନେଇ ଆପଣଙ୍କ ମନରେ କିଛି ସନ୍ଦେହ ଥଲେ ଆପଣ ଡାକ୍ତରଙ୍କ ପରାମର୍ଶ କରି ଟାଟୁ ବନେଇ ପାରିବେ ।

Get real time updates directly on you device, subscribe now.