fbpx

ରାସ୍ତାରୁ ଟଙ୍କା ବା କଏନ୍ ପାଉଛନ୍ତି କି ? ଜାଣନ୍ତୁ କ’ଣ ଏହାର ସଙ୍କେତ

ଭୁବନେଶ୍ୱର : ଅନେକ ଥର ଯିବା ଆସିବା କରିବା ସମୟରେ ଆପଣ ଟଙ୍କା ପଡିଥିବା ଦେଖିଥିବେ । କିଛି ଲୋକ ରାସ୍ତାରୁ ପାଇଥିବା ଟଙ୍କାକୁ ଦାନ କରି ଦିଅନ୍ତି ଏବଂ ଅନ୍ୟ କିଛି ଏହାକୁ ପକେଟରେ ରଖି ଚାଲିଯାଆନ୍ତି । ଆହୁରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଟଙ୍କାକୁ ମନ୍ଦିର ହୁଣ୍ଡିରେ ପକାଇ ଦିଅନ୍ତି ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ଘଟଣା ଅନେକ ଶୁଭ ଓ ଅଶୁଭ ସଙ୍କେତ ଦେଇଥାଏ । ମାନ୍ୟତା ରହିଛି ରାସ୍ତାରୁ ଟଙ୍କା ପାଇଲେ ଏହା ଶୁଭ ସଙ୍କେତ ହୋଇଥାଏ ବୋଲି କୁହାଯାଏ । ଏଥିରୁ ଏହି ସଙ୍କେତ ମିଳିଥାଏ ଯେ, ଆପଣ କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ଯେଉଁ କାର୍ଯ୍ୟ ପାଇଁ ଆପଣ ଘରୁ ବାହାରିଛନ୍ତି ତାହା ସିଦ୍ଧି ହେବ । ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂରଣ ହେବ ।

ଆହୁରି ମଧ୍ୟ ସୂଚାଏ ଯେ, ଯାହା ଆପଣ ନିଷ୍ପତ୍ତି ନେଇଛନ୍ତି ତାହା ଏକଦମ୍ ଠିକ୍ । ସେହି ନିଷ୍ପତ୍ତି ଆପଣଙ୍କୁ ସଫଳତା ଦେବ । ଭବିଷ୍ୟତରେ ସେହି ନିଷ୍ପତ୍ତି ପାଇଁ କେବେ ପଶ୍ଚ୍ୟାତାପ କରିବେ ନାହିଁ । ଧାତୁ ସର୍ବଦା ଭଗବାନ ସହ ଜଡିତ ଥାଏ । ତେଣୁ ମୁଦ୍ରାକୁ ଧାତୁରେ ତିଆରି କରାଯାଇଛି । ଯାହାକୁ ଭଗବାନ ତୁଲ୍ୟ ଗ୍ରହଣ କରାଯାଇଛି । ସେଥିପାଇଁ ମୁଦ୍ରା ତଳେ ପଡିଗଲେ ମୁଣ୍ଡରେ ମରାଯାଏ । ଶାସ୍ତ୍ରରେ ମଧ୍ୟ ଏହାକୁ ଦେବ ଶକ୍ତି ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.