fbpx

ଖାଲି ପେଟରେ ପିଉଛନ୍ତି କି ଚାହା?: ସତର୍କ ହୋଇଯାଆନ୍ତୁ, ନହେଲେ ଏମିତି ହୋଇପାରେ ପରିଣାମ

ଅନେକ ଲୋକ ସକାଳୁ ଉଠି ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ରଖିଥାନ୍ତି । ଏପରିକି କିଛି ନ ଖାଇ କେବଳ ଚାହାରେ ଦିନ ଦିନ ମଧ୍ୟ ବିତାଇ ଦିଅନ୍ତି । କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ପାଇଁ ହୋଇପାରେ ବହୁତ କ୍ଷତିକାରକ । ବିଶେଷ କରି ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ, ଏହି ଅଭ୍ୟାସ ଆପଣଙ୍କ ମେଟାବୋଲିଜିମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ଆପଣଙ୍କ ଶରୀରରେ କେଉଁ ପ୍ରକାର କ୍ଷତି ପହଞ୍ଚାଇଥାଏ ।

ଖାଲି ପେଟରେ ହେଉଥିବା ବିଭିନ୍ନ ସମସ୍ୟା:

ଖାଲି ପେଟରେ ଚାହା ପିଇବା ଦ୍ୱାରା ଯକୃତର ପିତ୍ତ ରସ ସଠିକ ଭାବରେ କାର୍ଯ୍ୟ କରିବାରେ ଅସମର୍ଥ ହୋଇପଡେ । ଫଳରେ ବାନ୍ତି, ଦୁର୍ବଳତା, ମୁଣ୍ଡ ବୁଲାଇବା ସହ ପେଟ ଯନ୍ତ୍ରଣା ଏପରିକି ହୃଦଘାତ ମଧ୍ୟ ହେବାର ସମ୍ଭାବନା ରହିଛି । ପାଟିରେ ଅନେକ ବ୍ୟାକ୍ଟେରିଆ ଚାହାଦ୍ୱାରା ପେଟ ଭିତରକୁ ଯାଇ ମେଟାବୋଲିଜିମ ଉପରେ ପ୍ରଭାବ ପକାଇଥାଏ ଏବଂ ବିଭିନ୍ନ ପେଟରୋଗ ବାହାରିଥାଏ ।

୧- ଖାଲି ପେଟରେ ଚା’ ପିଇଲେ ଭୋକ କମ ହେବା ସାଙ୍ଗକୁ ଖାଇବାକୁ ମଧ୍ୟ ଇଚ୍ଚା ହୋଇ ନଥାଏ । ଯାହା ଫଳରେ ଗ୍ୟାସ ଭଳି ସମସ୍ୟା ଶରୀରରେ ଆରମ୍ଭ ହୋଇଥାଏ । ଏହାପରେ ଏସିଡିଟି ଶରୀରକୁ ବଶରେ କରିନିଏ ।
୨- ଖାଲି ପେଟରେ ଚା ପିଇବା ଦ୍ୱାରା ପେଟ ଭିତର ଅଂଶ ନଷ୍ଟ ହୋଇଥାଏ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ ଅଲସର ଆରମ୍ଭ ହୋଇଯାଏ ।
୩- ଏହି ଅଭ୍ୟାସରେ କିଛି ବର୍ଷ ପଡିଲେ ଆପଣଙ୍କ ଶରୀରର ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୁଏ । ଯାହା ଫଳରେ ହାଡ ଗୁଡିକ ମଧ୍ୟ ଦୁର୍ବଳ ହୋଇଯାଏ ।
୪- ଖାଲି ପେଟରେ ଚା’ ପିଇବା ଅଭ୍ୟାସ ପୁରୁଷମାନଙ୍କର ପ୍ରୋଟେଷ୍ଟ ସମସ୍ୟା ସୃଷ୍ଟି କରିଥାଏ ।
୫- ଏହି ଅଭ୍ୟାସ ଦ୍ୱାରା ମଣିଷ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ । ରାତି ସାରା ଶୋଇବା ଯୋଗୁଁ ଆମ ଶରୀରରେ ପାଣି ପାଇନଥାଏ । ଫଳରେ ଶରୀର ଡିହାଇଡ୍ରେଟ ରହିଥାଏ । ତେବେ ଏଭଳି ସମୟରେ ଆପଣ ଚା କିମ୍ବା କଫି ପିଇଲେ ଏହା ଡିହାଇଡ୍ରେସନ ସମସ୍ୟା ଉତ୍ପନ୍ନ କରିଥାଏ ।
୬- ଅତ୍ୟଦିକ ଚା ପିଇଲେ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହୁଏ । ଏହାଦ୍ୱାରା ଚିଡଚିଡାପଣ ଏବଂ ଥକାପଣ ଅନୁଭବ କରନ୍ତି ଆପଣ ।
୭- ମେଟାବୋଲିଜିମ: ଏହି ଅଭ୍ୟାସ ଶରୀରରେ ଥିବା ଏସିଡ ଏବଂ ଅଲକାଲାଇନ ସନ୍ତୁଳନକୁ ଡିଷ୍ଟର୍ବ ରୋଗ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.