fbpx

ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢାଉ, ଡ୍ରାଇଭର୍ ଗିରଫ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ ମୋଡକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି । ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି । ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି । ଏହାପୂର୍ବରୁ ଏହି କେନ୍ଦ୍ରୀୟ ଏଜେନ୍ସି ବଲିଉଡର ଅନେକ ସେଲିବ୍ରିଟିଙ୍କ ଘରେ ଚଢାଉ କରିଥିଲା ।

Get real time updates directly on you device, subscribe now.