ମଧ୍ୟପ୍ରଦେଶର ଶିବପୁରୀରେ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀଠାରେ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଲଢୁଆ ବିମାନରେ ଥିବା ଉଭୟ ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଏହି ଘଟଣା ଘଟିଛି ନରୱାର ତହସିଲ ଅନ୍ତର୍ଗତ ଡାବରସାଣୀ ଗାଁରେ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ ମାନସିକ ଶକ୍ତି ପ୍ରଦର୍ଶନ କରି ଘରଗୁଡ଼ିକୁ ବଞ୍ଚାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗତ ମାସ ୫ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ନିୟମିତ ପ୍ରଶିକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମୟରେ ବିମାନରେ ୨ ଜଣ ପାଇଲଟ ଓ ଅନ୍ୟ ୩ ଜଣ କ୍ରୁ ମେମ୍ବର ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ସହିଦ ହୋଇଥିଲେ। ରାତି ପ୍ରାୟ ୧୨ଟା ୧୦ ରେ ପୋରବନ୍ଦର ବିମାନ ବନ୍ଦରରେ ଅବତରଣ ସମୟରେ ଏହି ଘଟଣା ଘଟିଥିଲା।

୨୦୨୪ ନଭେମ୍ବର ୪ ତାରିଖରେ ଆଗ୍ରାରେ ଏହି ଦୁର୍ଘଟଣା ଘଟିଥିଲା। ଏହା ପୂର୍ବରୁ ୨୦୨୪ ନଭେମ୍ବର ୪ତାରିଖରେ ଉତ୍ତରପ୍ରଦେଶର ଆଗ୍ରାରେ ଏକ ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

କାଗରୋଲ ଅଂଚଳର ସୋଙ୍ଗା ଗାଁ ନିକଟରେ ଏହି ଘଟଣା ଘଟିଛି । ନିୟମିତ ପ୍ରଶିକ୍ଷଣ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ବାୟୁସେନାର ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପାଇଲଟ୍ ଠିକ୍ ସମୟରେ ବିମାନରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କ ଜୀବନ ବଞ୍ଚାଇଥିଲେ।