fbpx

ସ୍ୱାଧିନତା ଦିବସ ପୂର୍ବରୁ ଆସିଲା ଦୁଃଖ ଖବର: ଆତଙ୍କବାଦୀଙ୍କ ସହ ଲଢ଼େଇ କରି ପ୍ରାଣବଳୀ ଦେଲେ ବୀର ଯବାନ

ନୂଆଦିଲ୍ଲୀ: ଆସନ୍ତାକାଲି ଅଗଷ୍ଟ ୧୫ ତାରିଖରେ ସାରା ଭାରତବର୍ଷ ତା’ର ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛି । ସେଥିପାଇଁ ସାରା ଦେଶରେ ପ୍ରସ୍ତୁତି ସରିଥିବା ବେଳେ ୧୪୦ କୋଟି ଭାରତୀୟ ଅତୀତର ଗୌରତବୟ ଇତିହାସକୁ ମନେପକାଇବା ପାଇଁ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ଦୁଃଖ ଖବର । ସ୍ୱାଧିନତା ଦିବସ ପାଳନ କରିବା ପୂର୍ବରୁ ଦେଶ ମାତୃକା ପାଇଁ ଲଢ଼େଇ କରି ପ୍ରାଣବଳୀ ଦେଇଛନ୍ତି ଜଣେ ବୀର ଯବାନ ।

ଖବର ମୁତାବକ, ଜମ୍ମୁ କଶ୍ମୀରର ଡୋଡାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ସେନା କ୍ୟାପ୍ଟେନ ସହିଦ ହୋଇଛନ୍ତି । ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁ ଜାରି ରହିଛି । ଡୋଡା ଜିଲ୍ଲାରେ ରାଇଫଲ ଓ କିଛି ବ୍ୟାଗ ମିଳିବା ପରେ ଭାରତୀୟ ସେନା ଆଣ୍ଟ-ଟେରର ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଅପସରେନରେ ସେନର ୪୮ ନ୍ୟାସନାଲ ରାଇଫଲର ଜଣେ କ୍ୟାପ୍ଟେନ ସହିଦ ହୋଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଡୋଡାର ଗଢୀ ଭଗୱା ଅଞ୍ଚରେ ଗତ ୯ ତାରିଖ ସନ୍ଧ୍ୟାରେ ମଧ୍ୟ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା । ଉକ୍ତ ଅଞ୍ଚଳରେ ୨-୩ ଜଣ ଆତଙ୍କବାଦୀ ଛପି ରହିଥିବା ଆଶଙ୍କା କରାଯାଇଥିଲା । ଜୁଲାଇ ୮ରେ ସେନାର ଜୁନିୟର କମିଶନଡ ଅଫିସର (ଜେସିଓ) ସମେତ ୫ ଜଣ ଯବାନ ସହିତ ହୋଇଥିଲେ । ଆତଙ୍କବାଦୀମାନେ ଘାତ ଲଗାଇ ସେନାର ଦୁଇଟି ଟ୍ରକ ଉପରେ ଆକ୍ରମଣ କରିଥିଲେ । ସେହିପରି ଜୁଲାଇ ୬ରେ କୁଲଗାମ ଜିଲ୍ଲାର ଦୁଇଟି ଅଲଗା ଅଲଗା ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଦୁଇଜଣ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.