fbpx

400 ଫୁଟ ତଳକୁ ଖସିଲା ସେନାଗାଡି, ଶହୀଦ ହୋଇଗଲେ ଯବାନ

ନୂଆଦିଲ୍ଲୀ: ଜମ୍ମୁରେ ସେନାଗାଡି ଦୁର୍ଘଟଣା । ଜଣେ ଯବାନ ଶହୀଦ ହୋଇଥିବା ବେଳେ 3ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ରଜୌରୀ-ପୁଞ୍ଚ ସ୍ଥିତ ପତ୍ରାଡା ଗ୍ରାମର ମିର୍ଜା ମୋଡରେ ଘଟିଛି ଏଭଳି ଦୁଃଖଦ ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଆହତ ଯବାନମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ, ସେନାଗାଡିରେ ଯବାନମାନେ ପୁଞ୍ଚ ଜିଲ୍ଲାର ବିଜିରୁ ମଞ୍ଜାକୋଟ ଯାଉଥିଲେ । ତେବେ ରାସ୍ତାରେ ଏକ ମୋଡରେ ସନ୍ତୁଳନ ହରାଇଥିଲେ ଗାଡି ଚାଳକ । ଫଳରେ ସେନାଗାଡି 400 ଫୁଟ ତଳକୁ ଗଡି ପଡିଥିଲା । ଫଳରେ ଗାଡିରେ ରହିଥିବା ଯବାନମାନେ ଆହତ ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, କାରର୍ ସାମ୍ନାପଟ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟବାସୀ ସହଯୋଗର ହାତ ବଢାଇଥିଲେ । ସମସ୍ତଙ୍କୁ ପ୍ରଥମେ ମଞ୍ଜାକୋଟ ହସ୍ପିଟାଲରେ ଭର୍ତ୍ତି କରାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରଜୌରୀ ସ୍ଥାନାନ୍ତରିତ କରାଯାଇଛି । ତେବେ ପୋଲିସର କହିବା ଅନୁସାରେ, ହସ୍ପିଟାଲରେ ପହଞ୍ଚିବା ସମୟରେ ହିଁ ଜଣେ ଯବାନଙ୍କ ମୃତ୍ୟୁ ହୋଇସାରିଥିଲା । ଅନ୍ୟମାନଙ୍କର ମଧ୍ୟ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି ।

Get real time updates directly on you device, subscribe now.