fbpx

ହୋଇପାରିଲାନି ଅବଢା, ଅର୍ପଣ ଚାଉଳରୁ ସଂଗ୍ରହ ହେଲା ୨,୮୬,୯୬ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ସରକାର ଦ୍ୱାରା ସଂଗୃହିତ ଅର୍ପଣ ଚାଉଳ ନିଲାମ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ମୋଟ ୧୦, ୩୨୨ କୁଇଣ୍ଟାଲ ନିଲାମ ହୋଇଛି । କୁଇଣ୍ଟାଲ ପ୍ରତି ୨୭୮୦ ଟଙ୍କା ଦରରେ ଅର୍ପଣ ଚାଉଳ ନିଲାମ ହୋଇଛି । ଏହି ନିଲାମରୁ ମୋଟ ୨,୮୬,୯୬ହଜାର ଟଙ୍କା ସଂଗ୍ରହ ହୋଇଛି ।

ପରିକ୍ରମା ପ୍ରକଳ୍ପ ପାଇଁ ବିଜେଡି ସରକାର ଦ୍ୱାରା ଗାଁ ଗାଁରୁ ୧୪ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇଥିଲା । ସେଥିରୁ ୨ ହଜାର ଚାଉଳରେ ଅଭଡା ବଣ୍ଟନ ହୋଇଥିଲା । କିନ୍ତୁ ଅର୍ପଣ ଚାଉଳରେ ଉଷୁନା ଓ ଅରୁଆକୁ ନେଇ ତେଜିଥିଲା ବିବାଦ । ଚାଉଳ ରଖିବାକୁ ଯାଗାର ଅଭାବ ପାଇଁ ବହୁ ଚାଉଳ ନଦୀରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ପୂର୍ବରୁ କିଛି ସୁଆର ସେବାୟତ ଅର୍ପଣ ଚାଉଳରେ ଅଭଡା ରାନ୍ଧି ୪ ଦ୍ୱାରରେ ଭକ୍ତଙ୍କୁ ମାଗଣା ବାଣ୍ଟିବା ପ୍ରସ୍ତାବ ଦେଇଥିଲେ ।

ହେଲେ ଏତେ ଚାଉଳ ରଖିବାକୁ ଯାଗାର ଅଭାବ ସାଙ୍ଗକୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇ ନ ପାରିବାରୁ ବହୁ ଚାଉଳ ପାଣିରେ ଭିଜି ଯିବା ପରି ଦୃଶ୍ୟ ମଧ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଅର୍ପଣ ଚାଉଳକୁ ନେଇ ପ୍ରାୟ ୯ ମାସ ହେବ ବହୁ ବାଦ ବିବାଦ ପରେ ଶେଷରେ ଜିଲ୍ଲା ପ୍ରଶାସନ ସେସବୁକୁ ଆଜି ନିଲାମ ଦେଇଛି । ଏହି ଅର୍ଥ ମନ୍ଦିର ପ୍ରଶାସନକୁ ଯିବ ।

 

Get real time updates directly on you device, subscribe now.