fbpx

ସିଙ୍ଗର ଜୁବିନ ନୋଟିୟାଲ୍ ଙ୍କ ଗିରଫକୁ ନେଇ କାହିଁକି ଉଠିଲା ଦାବି: ଟ୍ୱିଟରରେ ଏହାକୁ ନେଇ ହଙ୍ଗାମା

ମୁମ୍ବାଇ: ସିଙ୍ଗର ଜୁବିନ ଲୋଟିୟାଲ ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ସେ ତାଙ୍କ ସଂଗୀତ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ତାଙ୍କ ଗିରଫ ଦାବି କୁ ନେଇ ସେ ଚର୍ଚ୍ଚରେ ଅଛନ୍ତି । ଟ୍ୱିଟରରେ ମଧ୍ୟ #ArrestJubinNautiyal ଟ୍ରେଣ୍ଡ ଏହି ସମୟରେ ଏକ ନମ୍ବରେ ରହିଛି । ଏହି ହ୍ୟାସଟାଗକୁ ହଜାର ହଜାର ଟ୍ୱିଇଟସ୍ ହୋଇଛି ।

ଜୁବିନଙ୍କ ଗିରଫକୁ ନେଇ କାହିଁକ ଉଠୁଛି ଦାବି: ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବୟକଟର ଟ୍ରେଣ୍ଡ ଚାଲିଛି । ପବର୍ବରୁ ବଲିଉଟ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’, ‘ରକ୍ଷା ବନ୍ଧନ’ ପରି ଚଳଚିତ୍ରକୁ ବୟକଟ ଏବଂ ଟ୍ରୋଲ କରାଯାଉଥିବା ବେଳେ ବର୍ତ୍ତମାନ ସଙ୍ଗୀତକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଛି । ତେବେ ସିଙ୍ଗର ଜୁବିନ ନୋଟିୟାଲ୍ ପୂର୍ବରୁ ଅନେକ ସୁପର୍ ହିଟ୍ ଗୀତ ଦେଇଥିବା ବେଳେ ବର୍ତ୍ତମାନ ସେ ତାଙ୍କ ପରବର୍ତ୍ତି ଗୀତକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ୟୁଜର୍ସମାନେ ତାଙ୍କୁ ଭାରି ମାତ୍ରାରେ ବିରୋଧ କରିବା ସହ ତାଙ୍କୁ ଗିରଫ କରିବାକୁ ମଧ୍ୟ ପୋଲିସ ନିକଟରେ ଦାବୀ କରିଛନ୍ତି ।

ସିଙ୍ଗର ଜୁବିନ ନୋଟିୟାଲ୍ ଙ୍କ ଟୁଇଟର ଆକାଉଣ୍ଟରେ ତାଙ୍କ ଆଗାମୀ ଗୀତର ପୋଷ୍ଟର ଭାଇରାଲ ହେବାର ଲାଗିଛି । ତେବେ ଏହି ପୋଷ୍ଟରେ ଥିବା ନିର୍ମାତାଙ୍କ ନାମକୁ ନେଇ ବର୍ତ୍ତମାନ ହଙ୍ଗାମା ଆରମ୍ଭ ହୋଇଛି । ତେବେ ୟୁଜର୍ସମାନଙ୍କ କହିବା ଅନୁଯାୟୀ ପୋଷ୍ଟରରେ ଥିବା ଜୟ ସିଂହ ନାମକ ବ୍ୟକ୍ତି ପ୍ରକୃତରେ ଭାତର ଜଣେ ମୋଷ୍ଟ ୱାଣ୍ଟଟେଡ୍ କ୍ରିମିନାଲ । ଯାହକୁ ୩୦ ବର୍ଷ ହେବ ପୋଲିସ ଖୋଜୁଥିଲା । ତେବେ ବ୍ୟକ୍ତିଙ୍କ ପ୍ରକୃତ ନାମ ରେହାନ ସିଦ୍ଦିକି । ତେବେ ୟୁଜର୍ସମାନଙ୍କ ମତରେ ସିଙ୍ଗର ଜୁବିନ ନୋଟିୟାଲ ଅପରାଧୀଙ୍କ କଂସର୍ଟ କରୁଥିବାରୁ ତାଙ୍କୁ ଗିରଫ କରାଯାଉ ।

 

Get real time updates directly on you device, subscribe now.