fbpx
BJD SKY
BJD SKY

BJP Focus: କେନ୍ଦ୍ରାପଡାର ସ୍ଥିତି ସମୀକ୍ଷା କରୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

BJD

ଭୁବନେଶ୍ୱର: କେନ୍ଦ୍ରାପଡାରେ ଦୁଇ କେନ୍ଦ୍ରମନ୍ତ୍ରୀ। ରାଜ୍ୟ ରେ ବିଜେପି ତାର ଶାସନ କ୍ଷମତା କୁ ଆଣିବା ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି । ସାଂସଦ ଅନୁଭବ ମହାନ୍ତି ଙ୍କ ଉପରେ କେନ୍ଦ୍ରାପଡାବାସୀ ବହୁତ ଅଭିମାନ କରିଥିବା ବେଳେ ବିଜେଡି ଉପରୁ କେନ୍ଦ୍ରାପଡାବାସି ଙ୍କ ଆଶା ତୁଟି ଯାଇଛି । ସେପଟେ ଆଜି ଦୁଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶୀଥ ପରମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି। ସେଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଉଭୟେ ସମୀକ୍ଷା କରିବେ। ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ, ଏହି ମନ୍ତ୍ରୀମାନେ କେନ୍ଦ୍ରରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥର ମଧ୍ୟ ସମୀକ୍ଷା କରିବେ ।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନହିତକର ଯୋଜନାର କିଭଳି ରୂପାୟନ ହେଉଛି, ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ, ତୃଣମୂଳ ସ୍ତରରେ ସ୍ଥିତି କିପରି ରହିଛି ତାହା ଅନୁଧ୍ୟାନ କରାଯିବ। ଏନେଇ ଦୁଇ ମନ୍ତ୍ରୀ ସିଧାସଳଖ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ଏବଂ ତାଙ୍କର ଅସୁବିଧା ସମସ୍ୟା ପଚାରି ବୁଝିବେ ।

ସୂଚନାମୁତାବକ କିଛିଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସି ଦଳୀୟ ନେତାମାନଙ୍କୁ ସଂଗଠନ ମଜଭୁତ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଯାଇଥିଲା ବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ । ଶୁକ୍ରବାର ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁ ଆସିଥିବାବେଳେ ଶନିବାର କେନ୍ଦ୍ରମନ୍ତ୍ରୀ ନିଶୀଥ ପରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରତି କେନ୍ଦ୍ର ମନ୍ତ୍ରୀ ଗୋଟିଏ ଗୋଟିଏ ଜିଲ୍ଲା ପରିଦର୍ଶନ ରେ ଯାଇଁ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ । ଗତକାଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିବା ବେଳେ କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଂଗଠନର ସମୀକ୍ଷା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶ୍ୱେଶର ଟୁଡୁ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.