fbpx

କେବଳ ୭୫ ଟଙ୍କାରେ ରଣବୀର-ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’ ଦେଖିବାର ସୁଯୋଗ: ଏପରି କରନ୍ତୁ ଟିକେଟ୍ ବୁକ୍

ନୂଆଦିଲ୍ଲୀ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହୋଇସାରିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ଟିକେଟ୍ ବହୁତ ମହଙ୍ଗା । ରାଜଧାନୀ ଦିଲ୍ଲୀରେ ଏହି ଫିଲ୍ମର ଟିକେଟ୍ ୨୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଯଦି ଆପଣ ମହଙ୍ଗା ଟିକେଟ୍ ଯୋଗୁଁ ଫିଲ୍ମ ଦେଖିବାକୁ ସକ୍ଷମ ହୋଇପାରୁ ନାହାନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଆପଣ ଏହି ଫିଲ୍ମକୁ ଯେକୌଣସି ମଲ୍ଟିପ୍ଲେକ୍ସରେ ମାତ୍ର ୭୫ ଟଙ୍କା ଦେଖିପାରିବେ ।

ଏହି ଅଫର ଗୋଟିଏ ଦିନ ପାଇଁ :-
ଏହି ଖାସ୍ ଅଫରଟି କେବଳ ଗୋଟିଏ ଦିନ ପାଇଁ ରହିଛି । ତେବେ ୧୬ ସେପ୍ଟେମ୍ବରରେ ଦେଶରେ ଜାତୀୟ ସିନେମା ଦିବସ ବା ନ୍ୟାସନାଲ ସିନେମା ଡେ’ ପାଳନ କରାଯିବ । ଏହି ଦିନ ଯେକେହି କେବଳ ୭୫ ଟଙ୍କା ପାଇଁ ଫିଲ୍ମ ଦେଖିପାରିବେ । କରୋନା ମହାମାରୀ ସମୟରେ ସାରା ଦେଶରେ ସିନେମା ହଲ୍ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏହା ପରେ ୧୬ ସେପ୍ଟେମ୍ବର ୨୦୨୧ ରେ ଖୋଲା ଯାଇଥିଲା । ଏହା ପରେ ସିନେମା ମାଲିକମାନେ ଶାନ୍ତିରେ ନିଶ୍ୱାସ ନେଇଥିଲେ । ସେଥିପାଇଁ ଚଳିତ ବର୍ଷ ଆସୋସିଏସନ ଜାତୀୟ ସିନେମା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ଫିଲ୍ମକୁ ୪୦୦୦ ସିନେମାହଲରେ ଦେଖିପାରିବେ :-
ଏହି ଅଫର ଅନୁଯାୟୀ, ଆପଣ ଯେକୌଣସି ମଲ୍ଟିପ୍ଲେକ୍ସରେ ଫିଲ୍ମଦେଖିପାରିବେ । ଲୋକମାନେ ବିଭିଆର, ଆଇନକ୍ସ, ସିନେପୋଲିସ, କାର୍ନିୱଲ, ମିରାଜ ଓ ସିଟି ପ୍ରାଇସ୍, ଏସିୟନ୍, ମୁକ୍ତା ଏ୨, ୱେଭ, ମୁଭିଟାଇମ୍ ସହିତ ଦେଶର ପ୍ରାୟ ୪୦୦୦ ସିନେମା ହଲରେ ମାତ୍ର ୭୫ ଟଙ୍କାରେ ମୁଭି ଟିକେଟ କିଣି ଫିଲ୍ମ ଦେଖିପାରିବେ । ତେବେ ଏହି ଅଫର ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକରେ ଉପଲବ୍ଧ ହେବ ନାହିଁ ।

ଏପରି ବୁକ୍ କରନ୍ତୁ ୭୫ ଟଙ୍କାରେ ଟିକେଟ୍ :-
ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନରେ ଟିକେଟ୍ ବୁକ୍ କରିପାରିବେ । ଯଦି ଆପଣ ସିନେମା ହଲକୁ ଯାଇ କାଉଣ୍ଟରରୁ ଟିକେଟ୍ ନିଅନ୍ତି, ତେବେ ଆପଣ ଏହାକୁ ୭୫ ଟଙ୍କା ପାଇବେ । ଏଥି ସହିତ ଅନଲାଇନ୍ ଟିକେଟରେ କିଛି ଦେୟ ଲାଗୁ ହେବ । ମୋଟ ଉପରେ କହିବାକୁ ଗଲେ, ଅନଲାଇନ୍ ଟିକେଟର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ରହିବ ।

Get real time updates directly on you device, subscribe now.