fbpx

କୋହଲିଙ୍କ ବ୍ୟାଟକୁ ନେଇ ପାକିସ୍ତାନୀ ଫ୍ୟାନଙ୍କ ପ୍ରତିକ୍ରିୟା: କହିଲେ କୋଟିଏ ଟଙ୍କା ଦେଲେ…

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ତାଙ୍କ ଟି -୨୦ କ୍ୟାରିୟର ର ୭୧ ତମ ଶତକ ପୂର୍ଣ୍ଣ କରିଛନ୍ତି । ସେ ଏସିଆ ଟି -୨୦ ମ୍ୟାଚରେ ଧୂଆଁଧାର ପଦର୍ଶନ ସହ ଏହି ଶତକ ପୂର୍ଣ୍ଣ କରିଛନ୍ତି । ଯାହାକୁ ନେଇ ବିରାଟଙ୍କ ଫ୍ୟାନ୍ସମାନେ ବଦୁତ ଉତ୍ସାହିତ ଅଛନ୍ତି । ତେବେ ବିଟାର ତାଙ୍କ ପୂର୍ବ ଫର୍ମକୁ ପ୍ରତ୍ୟାବର୍ତ୍ତନ ଦେଖି ଖେଳପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରିଯାଇଛି ।

ବିରାଟ କୋହଲି ପାଖାପାଖି ୩୪ ମାସ ଅର୍ଥାତ ୨ ବର୍ଷ ୧୦ ମାସ ପରେ ଏହି ଶତକ ପୂର୍ଣ୍ଣ କରିଛନ୍ତି । ଇଣ୍ଟରନେସନାଲ ଟି-୨୦ ମ୍ୟାଚରେ ଏହା ତାଙ୍କ ପ୍ରଥମ ଶତକ । ତେବେ ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଖେଳୁଥିବା ସମୟରେ ଏହି ଶତକ ଲଗାଇବା ସହ ୧୦୧ ରନରେ ଭାରତ ଦଳକୁ ଜିତାଇଥିଲେ ।

ଶତକ ପରେ ଫ୍ୟାନ୍ସକୁ ଗିପ୍ଟ କଲେ ବ୍ୟାଟ୍: ବିରାଟ କୋହଲି ତାଙ୍କ ଇଣ୍ଟରନେସନାଲ କ୍ୟାରିୟରରେ ୭୧ ତମ ଶତକ ପୂର୍ଣ୍ଣ କରିବା ପରେ ତାଙ୍କର ସେହି ବ୍ୟାଟ୍ କୁ ଜଣେ ଫ୍ୟାନ୍ସଙ୍କୁ ଗିପ୍ଟ କରିଦେଇଛନ୍ତି । ତେବେ ଏହି ଫ୍ୟାନ୍ସଙ୍କ ନାମ ସଲାଉଦ୍ଦିନ୍ ହୋଇଥିବା ବେଳେ ସେ ଭାରତର ପଡୋଶୀ ଦେଶ ପାକିସ୍ତାନର ବାସିନ୍ଦା ଅଟନ୍ତି ।

ତେବେ ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କ ସାଇନ ଏହି ବ୍ୟାଟ୍ ପାଇବା ପରେ ସଲାଉଦ୍ଦିନ କହିଥିଲେ ଯେ ତାଙ୍କୁ ଯଦି କେହି ୧ କୋଟି ଟଙ୍କା ଦିଅନ୍ତି, ତଥାପି ସେ ବିରାଟଙ୍କ ସାଇନ ଥିବା ସେହି ବ୍ୟାଟକୁ କହାକୁ ଦେବେ ନାହିଁ । ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଖରେ ନମିଦାମୀ କ୍ରିକେଟରମାନଙ୍କର ପାଖାପାଖି ୧୫୦ଟି ବ୍ୟାଟ୍ ରଖିଛନ୍ତି । ତେବେ ସେ ପାଖାପାଖି ୮ ରୁ ୯ ବର୍ଷ ହେବ ଏହି ବ୍ୟାଟ୍ ସଂଗ୍ରହ କରୁଛନ୍ତି । ତେବେ ଏହି ବ୍ୟାଟକୁ ବିକିବାକୁ ତାଙ୍କୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଅଫର ଆସୁଥିବା ସତ୍ତ୍ୱେ ସେ ଏହି ସବୁ ବ୍ୟାଟ୍ କୁ ବିକିବାକୁ ମନା କରିଛନ୍ତି।

Get real time updates directly on you device, subscribe now.