fbpx
BSKY SKY
BSKY SKY

କୋର୍ଟ ରେକର୍ଡ ଡିଜିଟାଇଜେସନ୍ ପାଇଁ ଓଡ଼ିଶା ହାଇକୋର୍ଟ ମଡେଲକୁ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୁଡ଼

BSKY

କଟକ: ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଶୁକ୍ରବାର ରେକର୍ଡ ରୁମ୍ ଡିଜିଟାଇଜେସନ୍ ସେଣ୍ଟରର(ଆର୍‌ଆର୍‌ଡିସି) ‘ପ୍ରଥମ ବାର୍ଷିକୀ’ ଓଡ଼ିଶା ଜୁଡିସିଆଲ୍ ଏକାଡେମୀ, କଟକ ଠାରେ ପାଳନ କରିଛି। ଏହି ଅବସରରେ ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲିଧର, ହାଇକୋର୍ଟର ବିଚାରପତି ଏବଂ ଜଷ୍ଟିସ୍ ଦେବଙ୍କ ନେତୃତ୍ୱରେ ଆରଆରଡିସି କମିଟିର ସଦସ୍ୟ ଡ।. ଦେବେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମୟରେ ଜଷ୍ଟିସ୍ ଚନ୍ଦ୍ରଚୁଡ କହିଛନ୍ତି ଯେ, ଭାରତ ସୁପ୍ରିମକୋର୍ଟର ଇ-କମିଟିର ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହାଇକୋର୍ଟ ପ୍ରକୃତରେ ‘ଆଗରେ’ ରହିଛନ୍ତି। ଏହା ସହିତ ସେ ଗତବର୍ଷ ଏହାର ଉଦ୍‌ଘାଟନକୁ ମଧ୍ୟ ମନେ ପକାଇ ଥିଲେ। ନିରନ୍ତର ଭାବରେ ଡିଜିଟାଇଜେସନ୍ ପ୍ରକ୍ରିୟାକୁ ତ୍ୱରାନିତ ପାଇଁ ସେ ଓଡ଼ିଶା ହାଇକୋର୍ଟର ପ୍ରଶଂସା କରିଥିଲେ। ଏହା ସହିତ ଡିଜିଟାଇଜେସନ୍ ଉପରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ପାଳନ କରାଯାଇଥିବାରୁ ସେ ଏଥିରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ଚନ୍ଦ୍ରଚୁଦ ଡିଜିଟାଇଜେସନ୍ ର ତିନୋଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଥମତଃ କୋର୍ଟ ହେଉଛି ଏକ ରେକର୍ଡର ଅନୁଷ୍ଠାନ। ଭବିଷ୍ୟତ ଆବଶ୍ୟକତା ପାଇଁ ରେକର୍ଡ ସବୁ ସଂଗ୍ରହ କରି ରଖିବା ଜରୁରୀ। ଯାହା ଏକ ଚ୍ୟଲେଞ୍ଜ। ଦ୍ୱିତୀୟତଃ ଡିଜିଟାଇଜେସନ୍ ସ୍ୱଚ୍ଛତା, ପ୍ରବେଶ ଏବଂ ଦକ୍ଷତାକୁ ପ୍ରୋତ୍ସାହନ ଦେବ ଏବଂ ତୃତୀୟ, ଡିଜିଟାଇଜେସନ୍ ଜ୍ଞାନ ଏବଂ ସୂଚନା ପ୍ରବାହର ଉତ୍ତମ ପରିଚାଳନାକୁ ପ୍ରୋତ୍ସାହିତ କରିବ।

Get real time updates directly on you device, subscribe now.