fbpx

ଗିରଫ ପରେ ସାଧାରଣତଃ ଅଭିଯୁକ୍ତକୁ ହାତକଡ଼ି ଲଗାଯିବ ନାହିଁ: ହାଇକୋର୍ଟଙ୍କ ବଡ଼ ଆଦେଶ

ନୂଆଦିଲ୍ଲୀ: ଅନେକଥର ପୋଲିସ କୌଣସି ଘଟଣାର ଅଭିଯୁକ୍ତଙ୍କୁ ହାତକଡ଼ି ପିନ୍ଧାଇ ନେଉଥିବାର ଦେଖିବାକୁ ମିଳିଥାଏ । ଏବେ କର୍ଣ୍ଣାଟକ ହାଇକୋର୍ଟ ଏପରି ଏକ ଆଦେଶ ଦେଇଛନ୍ତି, ଯାହାକୁ ପଢ଼ି ପୋଲିସ ଏପରି କରିବା ପୂର୍ବରୁ ଆଉ ଥରେ ଚିନ୍ତା କରିବ । କର୍ଣ୍ଣାଟକ ହାଇକୋର୍ଟ ଜଣେ ଅଭିଯୁକ୍ତକୁ ହାତକଡ଼ି ଲଗାଇବା ଓ ସର୍ବସାଧାରଣରେ ପରେଡ୍ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ହାତରେ ସାଧାରଣତଃ ହାତକଡ଼ି ଲଗାଯାଇପାରିବ ନାହିଁ ।

କର୍ଣ୍ଣାଟକ ହାଇକୋର୍ଟର ଧରୱାଡ ବେଞ୍ଚର ଜଷ୍ଟିସ ସୁରଜ ଗୋବିନ୍ଦରାଜ ତାଙ୍କ ଆଦେଶରେ କହିଛନ୍ତି ଯେ, ଅଭିଯୁକ୍ତ ବ୍ୟକ୍ତି, ବିଚାରଧୀନ ବ୍ୟକ୍ତି ଏବଂ ଦୋଷୀଙ୍କୁ କେବେ ହାତକଡ଼ି ପିନ୍ଧାଯିବ, ସେ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।’

ଏହା ସହ ଜଷ୍ଟିସ ସୁରଜ ଗୋବିନ୍ଦରାଜ ତାଙ୍କ ଆଦେଶରେ କହିଛନ୍ତି ଯେ, ‘କେବଳ ଜରୁରୀ ପରିସ୍ଥିତିରେ ଜଣେ ଅଭିଯୁକ୍ତକୁ ହାତକଡ଼ି ପିନ୍ଧାଯାଇପାରିବ । ଯେତେବେଳେ ଏପରି ହ୍ୟାଣ୍ଡକଫ୍ ଲଗାଯାଏ, ତେବେ ଗିରଫ କରିଥିବା ଅଧିକାରୀଙ୍କୁ ହାତକଡ଼ି ଲଗାଇବାର କାରଣଗୁଡ଼ିକୁ ଜମା କରିବାକୁ ପଡ଼ିବ ।’ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଟ୍ରାଏଲ କୋର୍ଟରେ ହାଜର ହେବାକୁ ଥିବା କୌଣସି ବିଚାରଧୀନ ଅପରାଧୀଙ୍କୁ ହାତକଡ଼ି ଲଗାଇବା ପାଇଁ ପୋଲିସକୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ।

Get real time updates directly on you device, subscribe now.