fbpx

Ind vs Pak ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ସ୍ୱୟଂ ‘ଭଗବାନ’: ବିରାଟଙ୍କୁ ଦେଲେ ସରପ୍ରାଇଜ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ତେବେ ପ୍ରଥମରୁ ଭାରତର ବୋଲିଂ ଆଟାକ୍ ପାକିସ୍ତାନ ଉପରେ ଭାରୀ ପଡ଼ିଛି । ତେବେ ଏହି ଐତିହାସିକ ମ୍ୟାଚରେ ଭାରତକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି ‘ଭଗବାନ’ । କ୍ରିକେଟରେ ‘ଭଗବାନ୍’ଙ୍କ ଆଖ୍ୟା ପାଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଅହମ୍ମଦାବାଦରେ ଉପସ୍ଥିତ ଅଛନ୍ତି ।

ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ବିଶ୍ୱକପ-୨୦୨୩ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ । ମ୍ୟାଚକୁ ନେଇ ଉଭୟ ଦେଶର ଖେଳାଳିଙ୍କ ସହିତ ଦର୍ଶକ ମଧ୍ୟ ଖୁବ ଆଶାବାଦୀ ରହିଛନ୍ତି । ତେବେ ଏହି ମ୍ୟାଚ ଦେଖିବା ପାଇଁ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଛି । ସଚିନଙ୍କ ସହ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଧର୍ମପତ୍ନୀ ତଥା ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଏବଂ କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ ପହଞ୍ଚିଛନ୍ତି । ମ୍ୟାଚ ପୂର୍ବରୁ ସଚିନ୍ ନିଜେ ଭାରତୀୟ ଦଳର ଖେଳାଳିମାନଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସମୟରେ ବିରାଟ କୋହଲିଙ୍କୁ ୋଳେଇ ନେଇଥିଲେ କ୍ରିକେଟର ଭଗବାନ୍ ସଚିନ୍ । ବିଶ୍ୱକପରେ ଭାରତ-ପାକିସ୍ତାନ ଭଳି ମ୍ୟାଚରେ ବିରାଟଙ୍କ ପାଇଁ ଏହା ଏକ ସରପ୍ରାଇଜ ଭଳି ହୋଇଛି ।

ସେପଟେ ଦିନେଶ କାର୍ତ୍ତିକ ଏବଂ ଅନୁଷ୍କା ଶର୍ମା ସଚିନଙ୍କ ସହ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋକୁ ଅନେକ ଲୋକ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ବିରାଟ-ସଚିନଙ୍କ ଫଟୋ ଏହି ଫଟୋ ସମସ୍ତଙ୍କୁ ଭାବ ବିଭୋର କରି ଦେଇଛି । ଟିମ ଇଣ୍ଡିଆର ଦୁଇ ଜଣ ଲେଜେଣ୍ଡ କ୍ରିକେଟରଙ୍କୁ ବହୁ ଦିନ ପରେ ଏକା ସାଙ୍ଗରେ ଦେଖି ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.