fbpx

ଅରଶଦ ନଦୀମଙ୍କ ପାଖରେ ଜାଭେଲିନ୍ କିଣିବା ପାଇଁ ଟଙ୍କା ନଥିଲା; ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ନୀରଜ ଚୋପ୍ରା 

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ପାକିସ୍ତାନର ଅରଶଦ ନଦୀମ । ଅର୍ଶଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଆଥଲେଟ୍ ହୋଇଥିଲେ। ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ନୀରଜଙ୍କ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୯୨.୯୭ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯାହା ଅଲିମ୍ପିକ୍ସ ରେକର୍ଡ ମଧ୍ୟ ପାଲଟିଥିଲା। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏକ ସମୟ ଥିଲା ଯେତେବେଳେ ଅର୍ଶଦ ନଦୀମଙ୍କ ପାଖରେ ଜାଭେଲିନ୍ କିଣିବା ପାଇଁ ଟଙ୍କା ନଥିଲା ।

ଏହାକୁ ନେଇ ନୀରଜ ଚୋପ୍ରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅର୍ଶଦ ନଦୀମଙ୍କ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ପହଞ୍ଚିବା ସହଜ ନଥିଲା। ଅଲିମ୍ପିକ୍ସର ପ୍ରାୟ ୪ ମାସ ପୂର୍ବରୁ ଅର୍ଶଦଙ୍କ ପାଖରେ ନୂଆ ଜାଭେଲିନ୍ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା। ଅର୍ଶଦ କହିଥିଲେ ଯେ ସେ ପ୍ରଶିକ୍ଷଣରେ ପ୍ରାୟ ୮ ବର୍ଷ ପୁରୁଣା ଜାଭେଲିନ୍ ବ୍ୟବହାର କରୁଥିଲେ। ୮ ବର୍ଷର ଜାଭେଲିନ୍ ଆଉ ପ୍ରଶିକ୍ଷଣ ପାଇଁ ଉପଯୁକ୍ତ ନଥିଲା। ଜାଭେଲିନ୍ ର କାହାଣୀ ବର୍ଣ୍ଣନା କରି ଅର୍ଶଦ କହିଥିଲେ, ‘ଜାଭେଲିନ୍ ଭାଙ୍ଗି ପଡ଼ିଛି ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ମହାସଂଘ ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଏ ନେଇ କିଛି କରିବାକୁ କହିଛି।

୨୦୧୫ରେ ଯେତେବେଳେ ମୁଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କଲି, ସେତେବେଳେ ମୋତେ ଏହି ଜାଭେଲିନ୍ ମିଳିଥିଲା। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ଆଥଲେଟମାନଙ୍କୁ ସମ୍ପୂର୍ଣ୍ଣ ଉପକରଣ ଏବଂ ବ୍ୟବସ୍ଥା ର ଆବଶ୍ୟକତା ରହିଛି । ନୀରଜ ଯେତେବେଳେ ତାଙ୍କ ସାଙ୍ଗ ନଦୀମଙ୍କ ଅବସ୍ଥା ବିଷୟରେ ଜାଣିବାକୁ ପାଇଲେ, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ଜାଣି ନୀରଜ ବହୁତ ନିରାଶ ହୋଇଥିଲେ। ନୀରଜ କହିଥିଲେ ଯେ ବିଶ୍ୱାସ କରିବା କଷ୍ଟକର ଯେ ସେ ଏକ ନୂତନ ଜାଭେଲିନ୍ କିଣିବା ପାଇଁ ସଂଘର୍ଷ କରୁଛନ୍ତି। ଏହା ସେମାନଙ୍କ ପାଇଁ ବଡ଼ ପ୍ରସଙ୍ଗ ହେବା ଉଚିତ୍ ନୁହେଁ।

Get real time updates directly on you device, subscribe now.