fbpx

ଜମ୍ମୁର ସ୍ୱାର୍ଥ ରକ୍ଷା କରିବା ବିଜେପିକୁ ଦେଲା ବିପରିତ ଫଳ!

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ । ଏନସି ମେଣ୍ଟ ୪୯ ସିଟରେ ବିଜୟ ହାସଲ କରି ସରକାର ଗଠନ କରିବ । ହେଲେ ମଉଳି ଯାଇଛି ପଦ୍ମ । ବିଜେପି ଏଠି ମାତ୍ର ୨୯ ସିଟରେ ସନ୍ତୁଷ୍ଟ ହେବାକୁ ଯାଉଛି । ଅନ୍ୟାନ୍ୟ ପାଇଛନ୍ତି ୧୨ ଆସନ । ବହୁମତ ହାସଲ କରିଛି ମେଣ୍ଟ । ତେବେ କାହିଁକି ବିଜେପି ଜମ୍ମୁ କାଶ୍ମୀରରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ?

ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ପ୍ରମୁଖ କାରଣ ହୋଇଛି ଆର୍ଟିକିଲ ୩୭୦ । ବିଜେପି କେନ୍ଦ୍ରରେ ସରକାରକୁ ଆସିବା ପରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା, ଯାହା ଜମ୍ମୁକୁ ସ୍ୱତନ୍ତ୍ର ରାଜ୍ୟ କରିଥିଲା । ବିଜେପି ଭାବୁଥିଲା ଧାରା ୩୭୦ ଉଚ୍ଛେଦ ଦ୍ୱାରା ଜମ୍ମୁବାସୀ ଭାରତ ସହ ମିଶିବେ । ଏହାରି ଭିତରେ ଭାରତ ସରକାର ମଧ୍ୟ ଜମ୍ମୁ କାଶ୍ମୀର ଉନ୍ନତି ଦିଗରେ ପଦକ୍ଷେପ ନେଇଛନ୍ତି । ଏହି ୟୁନିୟନ ଟେରିଟୋରି ପାଇଁ ବିଶେଷ ପ୍ୟାକେଜ ଘୋଷଣା ହୋଇଛି ।

କେନ୍ଦ୍ର ଜମ୍ମୁରୁ ଆତଙ୍କବାଦର ମୂଳୋତ୍ପାଟନ କରି ଜମ୍ମୁବାସୀଙ୍କୁ ଉନ୍ନତ ଜୀବନ ଧାରଣର ମାନ ଦେବାକୁ ଚେଷ୍ଟା କରିଛି । ଜମ୍ମୁରେ ଅନେକାଂଶରେ ଟେକା ପଥର ମାଡ, ଆତଙ୍କୀ ଆକ୍ରମଣ ପରି ଘଟଣାରେ ହ୍ରାସ ପାଇଛି । ସେନା ପକ୍ଷରୁ ସେଠାର ପିଲାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରାଯାଇଛି । ସେନା ଜମ୍ମୁ ବାସୀଙ୍କୁ ଯଥା ସମ୍ଭବ ସାହାଯ୍ୟ କରି ଶାନ୍ତି ଫେରାଇ ଆଣିବାରେ ସଫଳ ତ ହୋଇଛନ୍ତି । କିନ୍ତୁ ବାଲାଟ ପେପରରେ ଲୋକଙ୍କ ମତ ଭିନ୍ନ ଦେଖିବାକୁ ମିଳିଛି । ମୁଖ୍ୟତଃ ଉପତ୍ୟାକାରେ ବିଜେପି ବିରୋଧୀ ହାୱା ବଳବତ୍ତର ଥିବା ମତଦାନରୁ ସ୍ପଷ୍ଟ ହୋଇଛି । ଆର୍ଟିକିଲ ୩୭୦ ଉଚ୍ଛେଦ ବିଜେପି ପାଦରେ କଣ୍ଟା ହୋଇଛି ।

ଯାହା ଏନସି ମୁଖ୍ୟ ଫାରୁକ ଅବଦୁଲା ମେଣ୍ଟର ବିଜୟ ଉପରେ ଗଣମାଧ୍ୟମକୁ ବାଇଟରୁ ସ୍ପଷ୍ଟ ହୋଇଛି । ଫାରୁକ ନିଜ ବାଇଟରେ ଧାରା ୩୭୦ ପୁଣି ପ୍ରତିଷ୍ଠା କରିବା ଉପରେ ଜୋରଦେଇଛନ୍ତି । ଫାରୁକ କହିଛନ୍ତି, ଇଣ୍ଡିଆ ମେଣ୍ଟ ଜରିଆରେ ସେ ଜମ୍ମୁ କାଶ୍ମୀରରେ ପୁଣି ଧାରା ୩୭୦ ଫେରାଇ ଆଣିବେ । ଏଥିପାଇଁ ମେଣ୍ଟ ସହ ମିଶି ଲଢେଇ କରିବେ । ଅର୍ଥାତ୍ ଲୋକଙ୍କର ବିଜେପି ପ୍ରତି ଥିବା ଆକ୍ରୋଶର କାରଣ ଥିଲା ଆର୍ଟିକିଲ ୩୭୦ ଉଚ୍ଛେଦ । ଜମ୍ମୁବାସୀଙ୍କ ବିକାଶ ପାଇଁ ବିଜେପି ନେଇଥିବା ପଦକ୍ଷେପ ଏବେ ତା ପାଇଁ ମାରାତ୍ମକ ହୋଇଛି ।

 

Get real time updates directly on you device, subscribe now.