CM ଗାଦି ଛଡାଇ ଆଣିବେ କି କେଜ୍ରିଓ୍ବାଲ, ଦିଲ୍ଲୀରେ ବୈଠକ ପରେ ସବୁ ଖୁଲାସା କଲେ ଭଗୱନ୍ତ ମାନ୍

କେଜ୍ରିଓ୍ବାଲଙ୍କୁ ନେଇ ଅଭିଯୋଗ ଆଣିଲା ବିଜେପି । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ

 ନୂଆଦିଲ୍ଲୀ:  ଦିଲ୍ଲୀରେ ଆପର ଶୋଚନୀୟ ପରାଜୟ ପରେ ପଞ୍ଜାବରେ ହଇଚଇ । ଅରବିନ୍ଦ କେଜ୍ରିଓ୍ବାଲ ଆଜି ହଠାତ୍ ଦିଲ୍ଲୀରେ କ୍ୟାବିନେଟ ବୈଠକ ଡକାଇଥିଲେ । ଦିଲ୍ଲୀସ୍ଥିତ କପୁରତାଲା ହାଉସରେ ବୈଠକ ।

ଏହାପରେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଥିଲା । କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ପଞ୍ଜାବ ଗାଦିରେ ବସିବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚା ହୋଇଥିଲା ।

କେଜ୍ରିଓ୍ବାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି ନେତାଙ୍କ ଦାବି-  ଏନେଇ ବିଜେପି ନେତା ମଧ୍ୟ ଏକ ଭିଡିଓ ଜାରି କରି ଏଭଳି କହିଥିଲେ । ସେ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ, କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରି ନିଜେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ଚେଷ୍ଟାରେ ଅଛନ୍ତି ।

ପଞ୍ଜାବରେ ମାନ ସରକାର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି । ଏଭଳି ଷଡଯନ୍ତ୍ର କରି ସେ ପଞ୍ଜାବ କବ୍ଜା କରିପାରନ୍ତି ବୋଲି କହିଥିଲେ ।

ସତ କହିଦେଲ ମୁଖ୍ୟମନ୍ତ୍ରୀ-   ହେଲେ ବୈଠକ ପରେ ସବୁ ଖୁଲାସା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । କେଜ୍ରିୱାଲଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯିବା ପ୍ରଶ୍ନରେ ଭଗବନ୍ତ ମାନ କହିଥିଲେ ଯେ, ଯିଏ ଯାହା କହୁଛି ତାଙ୍କୁ କହିବା ପାଇଁ ଦିଅ । ଏହା ସେମାନଙ୍କର କାମ ଅଟେ । ଆମେ ଆମର ରକ୍ତ ଏବଂ ଝାଳ ଦେଇ ଦଳକୁ ଗଢ଼ିଛୁ ।

ଏଠି ସେଠି ବୁଲିବାର ଆମର ଅଭ୍ୟାସ ନାହିଁ । ସେ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ପଞ୍ଜାବ ସରକାର ମହିଳାମାନଙ୍କୁ ପ୍ରତିମାସ 1,000 ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରିବେ ।