fbpx

୨ ଜୁନ୍‌ରେ ଜେଲ୍ ନ ଯିବାକୁ କେଜ୍ରିୱାଲ ନେଲେ ଆଉ ଏକ ପଦକ୍ଷେପ, ରାଉଜ୍ ଆଭେନ୍ୟୁ କୋର୍ଟରେ କଲେ ଏହି ବଡ ଦାବୀ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁନ୍ ୨ରେ ଜେଲ୍ ନ ଯିବା ଲାଗି ପୁଣି ଏକ ବଡ ପ୍ରୟାସ କରିଛନ୍ତି । ସୁପ୍ରିମକୋର୍ଟରେ ତାଙ୍କୁ ଝଟକା ମିଳିବା ପରେ ସେ ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି । ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ କେଜ୍ରିୱାଲ ଆଜି ଜାମିନ ଯାଚିକା ଦାଖଲ କରିଛନ୍ତି । ରାଉଜ୍ ଆଭେନ୍ୟୁ କୋର୍ଟରେ ଆଜି ଦିନ ୨ଟା ସମୟରେ ଏହା ଉପରେ ଶୁଣାଣୀ ହେବ । ଅବକାରୀ ନୀତି ଘୋଟାଲା କେସ୍‌ରେ ଗିରଫ ହେବା ପରେ କେଜ୍ରିୱାଲ ପ୍ରଥମ ଥର ନିୟମିତ ଜାମିନ ଯାଚିକା ଦାଖଲ କରିଛନ୍ତି । ଏବେ ସେ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଜେଲ୍‌ରୁ ବାହାରକୁ ଆସିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଗୋଟିଏ ଦିନ ପୂର୍ବରୁ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଥିଲା । ଶୀର୍ଷ ଅଦାଲତ ଅନ୍ତରୀଣ ଜାମିନ ୭ ଦିନ ବଢାଇବା ଆବେଦନକୁ ଖାରଜ କରିଦେଇଥିଲେ ଓ ନିମ୍ନ ଅଦାଲତରେ ଏ ନେଇ ଦାବୀ ଉଠାଇବାକୁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.