fbpx
BJD SKY
BJD SKY

ପୂର୍ବ ଜନ୍ମରେ ଦେଶ ପାଇଁ ସଂଗ୍ରାମ କରି ସହିଦ ହୋଇଥିଲେ କେଜ୍ରିୱାଲ: ଜାଣନ୍ତୁ ସୁନୀତା କହିଁକି କହିଲେ ଏପରି

BJD

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ତାଙ୍କ ପତ୍ନୀ ସୁନୀତା ଦାୟିତ୍ୱ ନେଇଛନ୍ତି । ରାମଲୀଲା ମୈଦାନରେ ପ୍ରଥମ ଥର ପାଇଁ ସେ ରାଜନୈତିକ ରାଲିରେ ସମ୍ବୋନ୍ଧିତ କରିଛନ୍ତି । ସୁନୀତା କେବଳ କେଜ୍ରିୱାଲଙ୍କ ସନ୍ଦେଶକୁ ପଢି ଶୁଣାଇନାହାନ୍ତି, ବରଂ ନିଜ କଥା ବି ପ୍ରକାଶ କରିଛନ୍ତି । ସୁନୀତା କହିଛନ୍ତି ଯେ, କେଜ୍ରିୱାଲଙ୍କ ଦେଶ ଭକ୍ତି ଦେଖି ତାଙ୍କୁ ଲାଗୁଛି ଯେ, ସେ ପୂର୍ବ ଜନ୍ମରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ସୁନୀତା ମଞ୍ଚରେ ଭାଷଣ ଦେଇ ଲୋକଙ୍କୁ ଏହା ମଧ୍ୟ ପଚାରିଛନ୍ତି ଯେ, କେଜ୍ରିୱାଲଙ୍କୁ ଇସ୍ତଫା ଦେବା ଆବଶ୍ୟକ କି? ସେମାନେ ଉତ୍ତର ଦେଇଛନ୍ତି କି କେଜ୍ରିୱାଲଙ୍କୁ ଅଧିକ ଦିନ ଜେଲରେ ରଖିବା ଆବଶ୍ୟକ ନୁହେଁ । ସୁନୀତା କହିଛନ୍ତି ଯେ, ଆଜି ଆପଣଙ୍କ କେଜ୍ରିୱାଲ ଆପଣଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି । ଏହି ଚିଠି ପଢିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି । ଆମ ପ୍ରଧାନମନ୍ତ୍ରୀ ମୋଦୀ ମୋ ସ୍ୱାମୀଙ୍କୁ ଜେଲକୁ ପଠାଇଛନ୍ତି, କଣ ପ୍ରଧାନମନ୍ତ୍ରୀ ଠିକ କରିଛନ୍ତି? ଆପଣମାନେ ଭାବୁଛନ୍ତି କି କେଜ୍ରିୱାଲ ଜଣେ ଦେଶଭକ୍ତ ଏବଂ ସଚ୍ଚୋଟ ମଣିଷ? ବିଜେପି କହୁଛି କେଜ୍ରିୱାଲ ଜେଲରେ ଅଛନ୍ତି ତାଙ୍କୁ ଇସ୍ତଫା ଦେବା ଆବଶ୍ୟକ । କଣ ତାଙ୍କୁ ଇସ୍ତଫା ଦେବା ଆବଶ୍ୟକ? କେଜ୍ରିୱାଲଙ୍କୁ ସେମାନେ ଗିରଫ କରିଛନ୍ତି, ଆପଣଙ୍କ କେଜ୍ରିୱାଲ ଜଣେ ସିଂହ, ସେମାନେ ଅଧିକ ଦିନ ତାଙ୍କୁ ଜେଲରେ ରଖିପାରିବେ ନାହିଁ ।

ସୁନୀତା ସ୍ୱାମୀ ଅନେକ ଥର କହିଛନ୍ତି ଯେ, ତାଙ୍କୁ ଲାଗୁଛି, କେଜ୍ରିୱାଲ ଗତ ଜନ୍ମରେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ କହିଛନ୍ତି ଯେ, କୋଟି କୋଟି ଲୋକଙ୍କ ହୃଦୟରେ କେଜ୍ରିୱାଲ ବସନ୍ତି । ଯେଉଁ ଭଳି ଭାବେ ସେ ଦେଶ ପାଇଁ ଲଢୁଛନ୍ତି ଅନେକ ଥର ମୋତେ ଲାଗୁଛି ଯେ, ସେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଯିଏ ଦେଶ ପାଇଁ ଲଢି ଲଢି ସହିଦ ହୋଇଯାଇଥିଲେ । ଏହି ଜନ୍ମରେ କେଜ୍ରିୱାଲଙ୍କୁ ଭାରତ ମାଆଙ୍କ ସଂଘର୍ଷ ପାଇଁ ପଠାଇଛନ୍ତି । ଏହା ପରେ ସୁନୀତା ସ୍ୱାମୀଙ୍କ ଚିଠିକୁ ପଢିଛନ୍ତି ।

Get real time updates directly on you device, subscribe now.