fbpx

ସପ୍ତାହକୁ ଥରେ ହସ୍ତତନ୍ତ୍ର ଲୁଗା ପିନ୍ଧିବା ପାଇଁ ଅରବିନ୍ଦଙ୍କ ଅନୁରୋଧ

ଭୁବନେଶ୍ୱର:ବିନମ୍ର ଅନୁରୋଧ କରିଲେ କୃଷି ବିଭାଗ ସଚୀବ ଅରବିନ୍ଦ ପାଢ଼ୀ । ଅନ୍ତତଃ ସପ୍ତାହକୁ ଗୋଟିଏ ଦିନ (ଶୁକ୍ରବାର) କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ହସ୍ତତନ୍ତ୍ର ଲୁଗା ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାର ଐତିହ ଆଉ ପରମ୍ପରା କୁ ପ୍ରୋତ୍ସାହନ ଦେବାକୁ ଯାଇ ଅରବିନ୍ଦ ପାଢ଼ୀ ଏହି ଅନୁରୋଧ କରିଛନ୍ତି । ଆମ ରାଜ୍ୟର କଳା ଆଉ ପରାମ୍ପରାକୁ ଜୀବିତ ରଖିବା ପାଇଁ ପାଢ଼ୀଙ୍କ ଦ୍ୱାରା ନିଆଯାଇଥିବା ଏହା ଏକ ଅଭିନବ ପ୍ରୟାସ ଅଟେ । ଏହା ଦ୍ୱାରା ଆମ ରାଜ୍ୟର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ବହୁ ଲୋକ ଏହି ଦିଗ ଆଡକୁ ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି ।

 

 


ତେବେ ଏହି ଅଭିନବ ପ୍ରୟାସ ଏମ୍ସ ରେ ମଧ୍ୟ କାର୍ଯ୍ୟକାରୀ ହୋଇଛି । ଏମ୍ସର ଡାକ୍ତର ମାନେ ମଧ୍ୟ ସପ୍ତାହକୁ ଥରେ ହସ୍ତତନ୍ତ୍ର ପିନ୍ଧିକି ଆସୁଥିବାର ସୂଚନା ମିଳିଛି । ତେବେ ଆମ ରାଜ୍ୟର କଳା ପରମ୍ପରାକୁ ସମ୍ପୃଦ୍ଧ କରିବା ଦିଗରେ ଏହା ଏକ ବଡ ପଦକ୍ଷପ ବୋଲି ଆଶା କରାଯାଉଛି । ଏବଂ ଆଗକୁ ଏହି ଛୋଟ ପଦକ୍ଷପଟି ଯଦି ସମସ୍ତ ଦ୍ୱାରା ଗୃହିତ ହୋଇ ପାରିଲା ତେବେ ଏହା ବାସ୍ତବରେ ବିରାଟ ପରିବର୍ତ୍ତନ ଆଣି ପାରିବ ।

 

Get real time updates directly on you device, subscribe now.