fbpx

ଅସୁସ୍ଥ ଓ ଦୀର୍ଘ ଦିନ ଛୁଟିରେ ଥିବା ଶିକ୍ଷକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର: ମିଳିବ ପୂର୍ଣ୍ଣ ପେନସନ୍

ନୂଆଦିଲ୍ଲୀ: ଶିକ୍ଷା ବିଭାଗରେ ଅସୁସ୍ଥ ଓ ଦୀର୍ଘ ଦିନରୁ ଛୁଟିରେ ଥିବା ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଚାଲିଛି ପ୍ରସ୍ତୁତି । ଉତ୍ତରାଖଣ୍ଡ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଏହିପରି ଶିକ୍ଷକଙ୍କୁ ଚିହ୍ନଟ କରାଯାଉଛି । ସରକାରଙ୍କ କହିବା ମୁତାବକ, ଏହିପରି ଶିକ୍ଷକଙ୍କ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି । ଅବସର ପରେ ଶିକ୍ଷକମାନଙ୍କୁ ପୂର୍ଣ୍ଣ ପେନସନ୍ ମିଳିବ । ଅନ୍ୟପଟେ ସେମାନଙ୍କୁ ଅବସର ଦେବା ପରେ ନୂଆ ଯୁବପିଢ଼ିଙ୍କୁ ଚାକିରି କରିବାର ସୁଯୋଗ ମିଳିବ ।

ଯେଉଁ ଶିକ୍ଷକମାନେ ସେବା ଦେବାରେ ଅସମର୍ଥ ବା ଦୀର୍ଘ ଦିନରୁ ବେମାର ପଡ଼ିଛନ୍ତି ଅଥବା ଅନ୍ୟ କୌଣସି କାରଣରୁ ସେବା ଯୋଗାଇ ପାରୁ ନାହାନ୍ତି, ସେହି ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ରାଜ୍ୟରେ ପ୍ରାୟ ୭୨ ହଜାର ଶିକ୍ଷକ କାର୍ଯ୍ୟରତ ଅଛନ୍ତି । କିନ୍ତୁ ବିଭାଗ ଅନୁସାରେ, ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଶିକ୍ଷକ ଅସୁସ୍ଥ ଅଛନ୍ତି ଓ ଦୀର୍ଘ ଦିନ ହେବ ଛୁଟିରେ ଅଛନ୍ତି । ଫଳରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି । ବିଭାଗ ପକ୍ଷରୁ ଏହିପରି ଶିକ୍ଷକମାନଙ୍କୁ ବାଧ୍ୟତାମୂଳକ ଚାକିରିରୁ ଅବସର ଦେବାକୁ ଫର୍ମୁଲା ପ୍ରସ୍ତୁତ କରାଯାଉଛି ।

ଶିକ୍ଷା ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯେଉଁ ଶିକ୍ଷକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଏବଂ ସେବା ଯୋଗାଇ ପାରୁ ନାହାନ୍ତି କିମ୍ବା ସେମାନଙ୍କ ସେବା ୨୦ ବର୍ଷରୁ ଅଧିକ ହୋଇଯାଇଛି, ସେମାନଙ୍କୁ ଅନିବାର୍ଯ୍ୟ ସେବାନିବୃତ୍ତି ଦିଆଯିବ । ଏଥି ସହିତ ଯେଉଁ ଶିକ୍ଷକମାନଙ୍କ ସେବା ୨୦ ବର୍ଷରୁ କମ୍ ହୋଇଥିବ, ସେମାନଙ୍କୁ ମଧ୍ୟ ଆଟାଚମେଣ୍ଟ ବା ଘର ଆଖାପାଖରେ ସେବା ଦେବାକୁ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ତରରେ ସେମାନଙ୍କ ରିପୋର୍ଟ ମିଳିବା ପରେ ସଂପୃକ୍ତ ଚିଠିକୁ ଅନୁମୋଦନ ପାଇଁ ଅର୍ଥ ବିଭାଗକୁ ପଠାଯିବ ।

Get real time updates directly on you device, subscribe now.