fbpx

ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍; ଆସନ୍ତା କାଲି ହାଇକୋର୍ଟରେ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଢିବାରେ ଲାଗିଛି ଆର୍ଯ୍ୟନ ଖାନଙ୍କ ଅଡୁଅ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବୁଧବାର ମଧ୍ୟ ମିଳିନାହିଁ ଜାମିନ । ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ମିଳି ନାହିଁ ଜାମିନ । ବୁଧବାର ଜାମିନ ମିଳିନଥିବା ବେଳେ ଗୁରୁବାରକୁ ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ଜଷ୍ଟିସ ସାମ୍ବ୍ରେ । ଗୁରୁବାର ଅପରାହ୍ନ ୨.୩୦ରେ ଏହି ମାମଲାର ଆଉ ଥରେ ଶୁଣାଣି କରାଯିବ ।

ଜଷ୍ଟିସଚ ସାମ୍ବ୍ରେଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ । ଯେଉଁ ଅଭିଯୋଗ ଆଦୌ ହୋଇନାହିଁ ସେହି ଅଭିଯୋଗ ପାଇଁ ଆର୍ଯ୍ୟନ ଜେଲରେ ଅଛନ୍ତି ବୋଲି ତାଙ୍କ ଓକିଲ ଯୁକ୍ତି କରିଥିଲେ । ତେବେ ଆସନ୍ତା କାଲି ଆର୍ଯ୍ୟନଙ୍କ ବେଲ ମାମଲାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବର ୨ ତାରିଖରେ ସମୀର ୱାଙ୍ଖେଡେଙ୍କ ନେତୃତ୍ୱରେ ଏନସିବି ପକ୍ଷରୁ କର୍ଡେଲିଆ କ୍ରୁଜରେ ଏକ ରେଭ୍ ପାର୍ଟି ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ସମେତ ମୁନମୁନ ଧମେଚା ଓ ଅର୍ବାଜ ମର୍ଚ୍ଚାଣ୍ଟକୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ଗିରଫ ସଂଖ୍ୟା ୨୦ ଛୁଇଁଥିଲା ।

Get real time updates directly on you device, subscribe now.