ଯଦି ହିନ୍ଦୁ ଅନୁଷ୍ଠାନର ଟ୍ରଷ୍ଟି ମୁସଲମାନ ହୋଇପାରିବେନି, ତେବେ ଜଣେ ଅଣମୁସଲମାନ କିପରି ୱାକଫ ବୋର୍ଡର ସଦସ୍ୟ ହୋଇପାରିବେ?- ଓୱେସି
ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଅଲ୍ ଇଣ୍ଡିଆ ମଜଲି-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ପ୍ରସ୍ତାବିତ ଓ୍ଵାକ୍ଫ ବିଲ୍ କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଓୱେସି କହିଛନ୍ତି, “ଟିଡିଡି ବୋର୍ଡରେ ୨୪ ଜଣ ସଦସ୍ୟ ଅଛନ୍ତି। ଏହି ସଦସ୍ୟମାନଙ୍କ ମଧ୍ୟରୁ କେହି ଅଣହିନ୍ଦୁ ନୁହଁନ୍ତି । ଟିଡିଡିର ସମସ୍ତ ୨୪ ଜଣ ସଦସ୍ୟ ହିନ୍ଦୁ। ଯେଉଁ ନୂଆ ଅଧ୍ୟକ୍ଷ ହୋଇଛନ୍ତି, ସେ କହିଛନ୍ତି ଯେ ଯିଏ ସେଠାରେ କାମ କରିବ ସେ ଜଣେ ହିନ୍ଦୁ ହେବା ଦରକାର।
ହିନ୍ଦୁ ଧର୍ମ ଅନୁଯାୟୀ ଟିଡିଡି ଅଧ୍ୟକ୍ଷ ଏହି କାମ କରୁଛନ୍ତି ବୋଲି ଓୱେସି କହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପ୍ରସ୍ତାବିତ ୱାକଫ ବିଲରେ କହୁଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡ ଏବଂ ସେଣ୍ଟ୍ରାଲ ୱାକଫ କାଉନସିଲରେ ମୁସଲମାନଙ୍କ ସଂଖ୍ୟା ହ୍ରାସ କରାଯାଉଛି। ପ୍ରସ୍ତାବିତ ଓ୍ଵାକଫ୍ ବିଲ୍ ସମ୍ପର୍କରେ ଓୱେସି କହିଛନ୍ତି, ସେଣ୍ଟ୍ରାଲ ଓ୍ଵାକଫ୍ କାଉନସିଲରେ ୭ ଜଣ ମୁସଲମାନ ରହିବେ। ଏହାର ସଦସ୍ୟମାନଙ୍କ ମଧ୍ୟରେ ମୁଖ୍ୟତଃ ଦୁଇଜଣ ଅଣ-ମୁସଲମାନ ରହିବେ। କିନ୍ତୁ ସେମାନଙ୍କ ସଂଖ୍ୟା ମଧ୍ୟ ୧୨କୁ ବୃଦ୍ଧି ପାଇପାରେ।
ଅଣମୁସଲମାନମାନଙ୍କୁ କାହିଁକି ରାଜ୍ୟ ୱାକଫ ବୋର୍ଡ ଏବଂ ସେଣ୍ଟ୍ରାଲ ୱାକଫ କାଉନସିଲରେ ରଖାଯାଉଛି? ୱାକ୍ଫ ବିଲରେ ଏଭଳି ବ୍ୟବସ୍ଥା କାହିଁକି ଆଣିଛନ୍ତି? ଓ୍ଵାକଫ୍ ବୋର୍ଡ ମୁସଲମାନ ଧର୍ମ ପାଇଁ, କିନ୍ତୁ ଏଥିରେ ମୁସଲମାନ ନୁହେଁ ବରଂ ଅଣ-ମୁସଲମାନ ରହିବେ। ଓୱେସି କହିଛନ୍ତି, ସେଣ୍ଟ୍ରାଲ ୱାକଫ କାଉନସିଲରେ ଅଧିକାଂଶ ଅଣମୁସଲମାନ ରହିବେ। ଯେତେବେଳେ ଟିଡିଡି ହିନ୍ଦୁ ଧର୍ମର ଅନୁଷ୍ଠାନ, କୌଣସି ଟ୍ରଷ୍ଟି ମୁସଲମାନ ହୋଇପାରିବେ ନାହିଁ, ତେବେ ଜଣେ ଅଣମୁସଲମାନ କିପରି ୱାକଫ ବୋର୍ଡର ସଦସ୍ୟ ହୋଇପାରିବେ?
ସମ୍ବିଧାନର ଧାରା ୨୫ ଅନୁଯାୟୀ ହିନ୍ଦୁ ଧର୍ମ ବିଷୟରେ ଓୱେସି କହିଛନ୍ତି, ସମ୍ବିଧାନର ଧାରା ୨୫ରେ ହିନ୍ଦୁଧର୍ମ, ଶିଖ୍, ଜୈନ ଓ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କେବଳ ହିନ୍ଦୁମାନଙ୍କୁ କାହିଁକି ଓ୍ଵାକ୍ଫ ସଦସ୍ୟରେ ରଖାଯାଉଛି? ହାଇଦ୍ରାବାଦ ସାଂସଦ ପ୍ରଶ୍ନ କରିଛନ୍ତି, ଆପଣ କାହିଁକି ଆମ ଧର୍ମ ପ୍ରସଙ୍ଗକୁ ଆସୁଛନ୍ତି। ଅଣମୁସଲମାନମାନେ ୱାକ୍ଫ ବୋର୍ଡର ସଦସ୍ୟ ହୁଅନ୍ତୁ ବୋଲି ନରେନ୍ଦ୍ର ମୋଦୀ କାହିଁକି ଚାହୁଁଛନ୍ତି? ଏହା ଭାରତୀୟ ସମ୍ବିଧାନର ଧାରା ୨୬ର ଉଲ୍ଲଂଘନ।