fbpx

AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ବାସଭବନ ଉପରକୁ ପଥର ମାଡ଼, ଭାଙ୍ଗିଲା ଝରକା କାଚ; ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ:ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘରେ ଦୁର୍ବୃତ୍ତମାନେ ପଥର ଫିଙ୍ଗିଥିବାର ଅଭିଯୋଗ ଆସିଛି । ପଥର ଫିଙ୍ଗିବା ପରେ ଓୱାଇସିଙ୍କ ଘରର ଝାରକା ଭାଙ୍ଗି ଯାଇଥିଲା। ଏହି ଘଟଣା ଦିଲ୍ଲୀ ପୋଲିସ ଦ୍ୱାରା ସୂଚନା ଦିଆଯାଇଛି। ଘରେ ପଥର ଫିଙ୍ଗିବା ପରେ ଅସଦୁଦ୍ଦିନ ଓୱାଇସି ପୋଲିସ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଅଭିଯୋଗ କରିଛନ୍ତି ଯେ କିଛି ଅଜଣା ଦୁଷ୍କର୍ମକାରୀ ଦିଲ୍ଲୀର ତାଙ୍କ ବାସଭବନରେ ପଥର ଫିଙ୍ଗିଥିଲେ। ତେବେ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଅଶୋକ ରୋଡ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସୂଚନା ପାଇବା ପରେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଟିମ୍ ଓୱାଇସିଙ୍କ ଘରକୁ ଯାଇ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲେ।

ଏହି ଘଟଣା ସମ୍ପର୍କରେ ଅସଦୁଦ୍ଦିନ ଓୱାଇସି ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, “ମୁଁ ରାତି ୧୧:୩୦ ରେ ମୋ ବାସଭବନରେ ପହଞ୍ଚିଥିଲି। ଫେରିବା ବେଳକୁ ମୁଁ ଦେଖିବାକୁ ପାଇଲି ଝରକା କାଚ ଭାଙ୍ଗି ଯାଇଛି ଏବଂ ଚାରିଆଡେ ପଥର ପଡିଛି। ମୋ ଘରେ କାମ କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ଏକ ଗୋଷ୍ଠୀର ଦୁଷ୍କର୍ମକାରୀମାନେ ସନ୍ଧ୍ୟା ପ୍ରାୟ ୫.୩୦ ବେଳେ ବାସଭବନରେ ପଥର ଫିଙ୍ଗିଥିଲେ।

ଓୱାଇସି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବାସଭବନରେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ଵରୁ ମଧ୍ୟ ଏହି ଘଟଣା ଘଟିଛି ବରଂ ଏହା ହେଉଛି ଚତୁର୍ଥ ଆକ୍ରମଣ। ସେ କହିଛନ୍ତି, “ଚତୁର୍ଥ ଥର ଏଭଳି ଆକ୍ରମଣ ଘଟିଛି … ମୋ ଘର ଚାରିପାଖରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଅଛି । ଅପରାଧୀଙ୍କୁ ତୁରନ୍ତ ଧରାଯିବା ଉଚିତ।ସେ ଆହୁରି ମଧ୍ୟ କହିଛନ୍ତି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବା ଉଚିତ। ସଂସଦ ଛକ ପୋଲିସ ଏହାର ଅନୁସନ୍ଧାନ କରୁଛି।

ସୂଚାନମୂତାବକ ଓୱାଇସି ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଥିଲେ, ଯେଉଁଠାରେ ସେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ଅଭିଯାନ ଆରମ୍ଭ କରିଥିଲେ।

Get real time updates directly on you device, subscribe now.