fbpx

ଡବ୍ଲ୍ୟୁଟିସିର ସର୍ବାଧିକ ୱିକେଟ ହାସଲକାରୀ ଅଶ୍ୱିନ୍

ଲଣ୍ଡନ: ଇଂଲଣ୍ଡର ସାଉଥାମ୍ପଟନ୍ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ୁ ଫାଇନାଲର ପ୍ରଥମ ସଂସ୍କରଣରେ ବି୍ଜୟୀ ହୋଇଛି ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଫାଇନାଲ୍ରେ ୪ ୱିକେଟ୍ ଅକ୍ତିଆର କରିବା ସହିତ ଚାମ୍ପିଅନଶିପ୍ର ସର୍ବାଧିକ ୱିକେଟ ହାସଲକାରୀର ମାନ୍ୟତା ହାସଲ କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ରେ ନିଜର ୧୪ତମ ମୁକାବିଲା ଖେଳୁଥିବା ଅଶ୍ୱିନ୍ ଡେଭନ୍ କନୱେଙ୍କୁ ଆଉଟ୍ କରି ନିଜର ୭୧ତମ ସଫଳତା ହାସଲ କରିଥିଲେ । ଫାଇନାଲ୍ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଫାଷ୍ଟ ବୋଲର ପ୍ୟାଟ କମିନ୍ସ ୭୦ ୱିକେଟ ସହିତ ପ୍ରଥମ ସ୍ଥାନରେ ରହିଥିଲେ । ଭାରତ ପରାଜିତ ହୋଇଥିଲେ ହେଁ ଅଶ୍ୱିନ୍ ଡବ୍ଲ୍ୟୁଟିସିର ଶ୍ରେଷ୍ଠ ବୋଲର ହେବା ଭାରତୀୟ ଫ୍ୟାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି ।

ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ରେ ଅଶ୍ୱିନ୍ ସମୁଦାୟ ୧୪ଟି ମ୍ୟାଚ୍ରୁ ୭୧ ୱିକେଟ୍ ହାସଲ କରିବା ସହିତ ବ୍ୟାଟ୍ରେ ୩୨୪ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୪ ଥର ୫ ୱିକେଟ୍ ସଫଳତା ସାମିଲ ରହିଥିବା ବେଳେ ଗୋଟିଏ ଶତକ ସାମିଲ ରହିଛି । କମିନ୍ସ ୭୦ ୱିକେଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ୍ ୬୯ ୱିକେଟ୍ ସହିତ ୩ୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ପେସର ଟିମ୍ ସାଉଦି ଓ ଅଷ୍ଟ୍ରେଲିଆର ନାଥନ ଲିଓନ୍ ସମାନ ୫୬ ଲେଖାଏଁ ୱିକେଟ୍ ସହିତ ଚତୁର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.