fbpx

ଅଶ୍ୱିନ ପାଲଟିଲେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ: ପଛରେ ପଡିଲେ କିମ୍ବଦନ୍ତୀ କପିଳ ଦେବ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଜିତି ନେଇଥିବା ବେଳେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । କିମ୍ବଦନ୍ତୀ କ୍ରିକେଟର ତଥା ବିଶ୍ୱକପ୍ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ପଛରେ ଛାଡିଛନ୍ତି ଆର ଅଶ୍ୱିନ୍ । ରବିବାର ମୋହାଲି ଟେଷ୍ଟର ତୃତୀୟ ଦିନରେ ଭାରତ ମୁକାବିଲାକୁ ଇନିଂସ ଓ ୨୨୨ ରନରେ ଜିତି ନେଇଥିବା ବେଳେ ୪୩୫ ୱିକେଟ ସହିତ କପିଳ ଦେବଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ୍ । ଏହା ସହିତ ୪ର୍ଥ ଭାରତୀୟ ବୋଲର ଭାବରେ ଅଶ୍ୱିନ୍ ୪୦୦ ୱିକେଟ କ୍ଲବରେ ସାମିଲ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ୱିକେଟ ହାସଲକାରୀଙ୍କ ମଧ୍ୟରେ ନବମ ସ୍ଥାନରେ ରହିଛି । ଏହା ସହିତ ଗୋଟିଏ ମ୍ୟାଚରେ ରିଚାର୍ଡ ହାଡଲି(୪୩୧), ରଙ୍ଗନା ହେରାଥ୍(୪୩୨) ଏବଂ କପିଳ ଦେବ(୪୩୪)ଙ୍କୁ ଅତିକ୍ରମ କରିଛନ୍ତି ଅଶ୍ୱିନ୍ ।

୨୦୧୧ରେ ଭାରତ ପାଇଁ ଟେଷ୍ଟ ପଦାର୍ପଣ କରିଥିବା ଅଶ୍ୱିନ ୮୫ଟି ଟେଷ୍ଟରୁ ୪୩୫ ୱିକେଟ ଅକ୍ତିଆର କରିଥିବା ବେଳେ ୫ଟି ଶତକ ସହିତ ୨୯୦୫ ରନ ସଂଗ୍ରହ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ କପିଳ ଦେବ ୧୩୧ଟି ଟେଷ୍ଟ ମ୍ୟାଚ ଖେଳି ୫୨୪୮ ରନ ସଂଗ୍ରହ କରିଥିବା ବେଳେ ୪୩୪ ୱିକେଟ ଅକ୍ତିଆର କରିଥିଲେ । ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଜେମସ୍ ଆଣ୍ଡରସନ୍(୬୪୦) ଓ ଷ୍ଟୁଆର୍ଟ ବ୍ରଡ୍(୫୩୭) ଅଶ୍ୱିନଙ୍କ ଠାରୁ ଆଗରେ ଅଛନ୍ତି ।

Get real time updates directly on you device, subscribe now.