fbpx

ମନ୍ତ୍ରୀପଦ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅଶ୍ୱିନୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ମନ୍ତ୍ରୀପଦ ମିଳିବା ପରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଟ୍ୱିଟ୍ କରି ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ।

ସୂଚନାଯୋଗ୍ୟ ଯେ, ଅଶ୍ୱିନୀଙ୍କୁ ରେଳ ଓ ଆଇଟି ବିଭାଗର କ୍ୟାବିନେଟ ମନ୍ତ୍ରୀ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ଅଶ୍ୱିନ୍ ଟ୍ୱିଟ୍ କରିଥିଲେ । ‘ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, କେନ୍ଦ୍ରମନ୍ତ୍ରୀ ଭାବରେ ଦେଶସେବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଆସନ୍ତା କାଲିଠୁ ଦାୟିତ୍ୱ ଗ୍ରହଣ ସହିତ ନିରନ୍ତର ଭାବେ ଆପଣଙ୍କ ସ୍ୱପ୍ନ ପୂରଣର ପ୍ରୟାସ କରିବି’ ବୋଲି ଟ୍ୱିଟ୍ କରିଥିଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ।

Get real time updates directly on you device, subscribe now.