fbpx

IND vs BAN; ଚେନ୍ନାଇ ବିଜୟରେ ଅଶ୍ୱୀନଙ୍କ ମହାରେକର୍ଡ: ଏହି କାରନାମା କରି ହାସଲ କଲେ ୮ଟି ରେକର୍ଡ

ନୂଆଦିଲ୍ଲୀ: ଚେନ୍ନାଇ ବିପକ୍ଷ ପ୍ରଥମ ଟେଷ୍ଟରେେ ବାଂଲାଦେଶକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ୨୮୦ ରନର ବିଶାଳ ବିଜୟ ହାସଲ କରିଥିବା ବେଳେ ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱୀନ ବିଜୟର ହିରୋ ପାଲଟିଛନ୍ତି । ପ୍ରଥମ ଇନିଂସରେ ବିସ୍ଫୋରକ ଶତକ ସହ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ହାସଲ କରି ବାଂଲାଦେଶକୁ ଚକମା ଦେଇଛନ୍ତି । ଏହାସହିତ ମ୍ୟାଚରେ ୮ଟି ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଗତ ୩ ବର୍ଷ ମଧ୍ୟରେ ସେ ଦୁଇଥର ଏହି କାରନାମା କରି ୮ଟି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

  • ଅଶ୍ୱୀନ ମାତ୍ର ୩ ବର୍ଷ ଭିତରେ ଦ୍ୱିତୀୟ ଥର ଚେନ୍ନାଇ ଟେଷ୍ଟରେ ଶତକ ହାସଲ କରିବା ସହ ୫+ ୱିକେଟ ନେବାରେ ସଫଳ ହୋଇଛନ୍ତି । କୌଣସି ଷ୍ଟାଡିୟମରେ ଏହି କାରନାମା କରିବାରେ ଅଶ୍ୱୀନ ପ୍ରଥମ ଖେଳାଳି ପାଲଟିଛନ୍ତି । ଏହାପୂର୍ବରୁ ୨୦୨୧ରେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମଧ୍ୟ ଶତକ ସହ ୫+ ୱିକେଟ ହାସଲ କରିଥିଲେ ।
  • ଚେନ୍ନାଇ ଟେଷ୍ଟରେ ଅଶ୍ୱୀନ ୬୯ ର୍ବେର ରେକର୍ଡ ଭାଙ୍ଗିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚର ଦ୍ୱିତୀୟ ଇନିଂସରେ ୬ ୱିକେଟ ନେବା ସହ କୌଣସି ଇନିଂସରେ ୫+ ୱିକେଟ ହାସଲ କରିଥିବା ବୟଜ୍ୟେଷ୍ଠ ଭାରତୀୟ ଖେଳାଳି ପାଲଟିଛନ୍ତି ଅଶ୍ୱୀନ । ଏହାପୂର୍ବରୁ ଏହି ରେକର୍ଡ ବିନୁ ମଙ୍କଡ଼ଙ୍କ ନାମରେ ରହିଥିଲା ।
  • ଚେନ୍ନାଇ ଟେଷ୍ଟରେ ୱିକେଟ ନେବା ସହ ଅଶ୍ୱୀନ ସେନ୍ ୱାର୍ଣ୍ଣଙ୍କ ସର୍ବାଧିକ ୫+ ୱିକେଟ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ସେନ୍ ୱାର୍ଣ୍ଣ ୩୭ ଥର ଏହି କାରନାମା କରିଥିବା ବେଳେ ଅଶ୍ୱୀନ ତାଙ୍କୁ ପଛରେ ପକାଇଛନ୍ତି । ବର୍ତ୍ତମାନ ଅଶ୍ୱୀନଙ୍କ ଆଗରେ କେବଳ ମୁଥେୟା ମୁରଲୀଧରନ ରହିଛନ୍ତି ।
  • ଭାରତ ପାଇଁ ଚତୁର୍ଥ ଇନିଂସରେ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ପାଲଟିଛନ୍ତି ଅଶ୍ୱୀନ । ଏହି ମ୍ୟାଚରେ ସେ ଅନିଲ କୁମ୍ବଲେଙ୍କ ୯୪ ୱିକେଟ ରେକର୍ଡକୁ ପଛରେ ପକାଇଛନ୍ତି । ବର୍ତ୍ତମାନ ଅଶ୍ୱୀନଙ୍କ ନାମରେ ୯୯ଟି ୱିକେଟ ସାମିଲ ରହିଛି ।
  • ଏହି ମ୍ୟାଚରେ ଅଶ୍ୱୀନଙ୍କ ନାମରେ ଆଉ ଏକ ରେକର୍ଡ ମଧ୍ୟ ସାମିଲ ହୋଇଛି । ସେ ୨୦ରୁ ଅଧିକ ଥର ୫୦+ ସ୍କୋର କରିବା ସହ ୩୦ରୁ ଅଧିକ ଥର ଗୋଟିଏ ଇନିଂସରେ ୫+ ୱିକେଟ ନେଇଥିବା ପ୍ରଥମ ଖେଳାଳି ପାଲଟିଛନ୍ତି ।
  • ସର୍ବାଧିକ ୫+ ୱିକେଟ ହାସଲ କରିବା ତାଲିକାରେ ଇୟାନ ବାଥମଙ୍କ ପରେ ଅଶ୍ୱୀନ ତୃତୀୟ ଖେଳାଳି ପାଳଟିଛନ୍ତି । ଅଶ୍ୱୀନ ୨୦ ଥର ଏହି କାରନାମା କରିଛନ୍ତି ।
  • ଶେଷରେ ପ୍ଲେୟର ଅଫ୍ ଦ ମ୍ୟାଚ ବିଜୟୀ ହେବାରେ ମଧ୍ୟ ଅଶ୍ୱୀନ ରେକର୍ଡ ସୃଷ୍ଟି କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରରେ ଅଶ୍ୱୀନ ଏହି ମ୍ୟାଚରେ ଦଶମ ଥର ପାଇଁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବରେ ବିବେଚିତ ହୋଇଛନ୍ତି ।

Get real time updates directly on you device, subscribe now.