fbpx

ଭାରତରେ ଅନୁଷ୍ଠିତ ହୋଇପାରେ ଏସିଆ କପ୍, ନିଜ ମାଟିରେ ପାକିସ୍ତାନ ସହିତ ମୁକାବିଲା କରିବ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍ ଆୟୋଜନ କରିବାର ଅଧିକାର ଶ୍ରଲଙ୍କାରେ ପାଖରେ ରହିଛି। କିନ୍ତୁ ଗମ୍ଭିର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କାରଣରୁ ଟୂର୍ଣ୍ଣାମେଣ୍ଟକୁ ଆୟୋଜନ କରିପାରିବ ନାହିଁ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ସୂଚନା ଏସିଆନ କ୍ରିକେଟ କାଉନସିଲି(ଏସିସି)କୁ ଜଣାଇ ସାରିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇକୁ ନିଆଯାଇପାରେ ବୋଲି ଆଲୋଚନା ହେଉଛି।

ଏସିସି ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏସିଆ କପ୍‌କୁ ଆୟୋଜନ କରିବା ପାଇଁ ୟୁଏଇ ବାଦ୍ ଭାରତ ଏକ ବିକଳ୍ପ ବୋଲି ଚିନ୍ତା କରାଯାଉଛି। ଏହା ଉପରେ ଖୁବ୍ ଶିଘ୍ର ନିଷ୍ପତ୍ତି ହୋଇପାରେ। ଏଭଳି ସମୟରେ ଯଦି ଭାରତରେ ଏସିଆ କପ୍ ଅନୁଷ୍ଠିତ ହେଉଛି, ନିଜ ମାଟିରେ ଭାରତ ପାକିସ୍ତାନ ସହିତ ମୁକାବିଲା କରିବ।

ଚଳିତ ବର୍ଷ ଏସିଆ କପ୍ ଶ୍ରୀଲଙ୍କାରେ ଆୟୋଜିତ ହେବାରେ ଥିଲେ, କିନ୍ତୁ ଏହି ଦେଶରେ ଆର୍ଥିକ ସଙ୍କଟ ଚରମ ସୀମାରେ ରହିଛି। ୬୦ ଲକ୍ଷରୁ ଅଧିକ ଲୋକଙ୍କ ସାମ୍ନାରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଔଷଧ, ରନ୍ଧନ ଗ୍ୟାସ୍, ଇନ୍ଧନ ଏବଂ ଶୌଚାଳୟ କାଗଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ତୀବ୍ର ଅଭାବ ଦେଖାଦେଇଛି, ଶ୍ରୀଲଙ୍କାବାସୀଙ୍କୁ ଇନ୍ଧନ ଏବଂ ରନ୍ଧନ ଗ୍ୟାସ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପେଟ୍ରୋଲ ଏବଂ ଡିଜେଲ ପାଇଁ ଅନ୍ତର୍ଜାତୀୟ କ୍ରିକେଟରମାନଙ୍କୁ ମଧ୍ୟ ଦୁଇ ଦିନ ଲାଇନରେ ଛିଡା ହେବାକୁ ପଡିବ।

ପିଟିଆଇ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ‘ଶ୍ରୀଲଙ୍କା କ୍ରିକେଟ୍ ସ୍ପଷ୍ଟ କରିଛି ଯେ ସେମାନଙ୍କ ଦେଶର ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥା ଭଲ ନୁହେଁ। ବିଶେଷକରି ବୈଦେଶିକ ମୁଦ୍ରା ସମ୍ପର୍କରେ ନୁହେଁ, ୬ ଟି ଦଳ ସହିତ ଏକ ବଡ଼ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ଭବ ନୁହେଁ। ତେବେ ଏସିସି ଅଧିକାରୀ କହିଛନ୍ତି, ‘ଏସିଆ କପ୍ ଅନୁଷ୍ଠିତ ହେବାକୁ ୟୁଏଇ ଶେଷ ବିକଳ୍ପ ନୁହେଁ, ତାଲିକାରେ ଅନ୍ୟ ଦେଶ ମଧ୍ୟ ଅଛନ୍ତି। ଭାରତରେ ମଧ୍ୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇପାରେ। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ପ୍ରଥମେ ୟୁଏଇ କ୍ରିକେଟ୍ ବୋର୍ଡର ଅଧିକାରୀଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ନେବାକୁ ପଡିବ। ତା’ପରେ ଟୁର୍ନାମେଣ୍ଟ ସେଠାରେ ଅନୁଷ୍ଠିତ ହୋଇପାରିବ। ସେ କହିଛନ୍ତି ଯେ ଏହି ବିଷୟରେ ଯାହା ନିଷ୍ପତ୍ତି ନିଆଯିବ ତାହା ଶୀଘ୍ର ଘୋଷଣା କରାଯିବ।’

Get real time updates directly on you device, subscribe now.