fbpx

ଏସିଆ କପ୍ ସୁପର୍ ୪: ରୋମାଞ୍ଚକର ମୁକାବିଲାରେ ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି।  ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଚମତ୍କାର ୬୦ ରନ୍ ବଳରେ ଟିମ୍ ଇଣ୍ଡିଆ ସାତୋଟି ଉଇକେଟ୍ ହରାଇ ୧୮୧ ସ୍କୋର କରିଥିଲା।  ଏହାର ଜବାବରେ ପାକିସ୍ତାନୀ ଦଳ ଶେଷ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।

୧୮୨ ରନ୍‌ର ଟାର୍ଗେଟକୁ ପିଛା କରି ପାକିସ୍ତାନ ଶୀଘ୍ର ବାବରଙ୍କ ୱିକେଟ୍ ହରାଇଥିଲା।  କିନ୍ତୁ ରିଜୱାନ୍ ପୂରା ଜୋସ୍ ରେ ଥିଲେ।  ସେ ଫଖର ଜମାନଙ୍କ ସହ ମିଶି ୪୧ ରନ୍ ସଂଗ୍ରହ କରିଥିଲେ। ତେବେ ଜମାନ ପୁରା ଇନିଂସରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।  ଜମାନଙ୍କ ଆଉଟ୍ ପରେ ପାକିସ୍ତାନ ମହମ୍ମଦ ନୱାଜଙ୍କୁ ବ୍ୟାଟିଂ କରିବାକୁ ପଠାଇ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲ।

ନୱାଜ ମାତ୍ର ୨୦ ବଲରେ ୪୨ ରନ ସ୍କୋର କରିଥିଲେ ଯେଉଁଥିରେ ୬ ଟି ଚୌକା ଓ ଦୁଇଟି ଛକା ଥିଲା। ଏହି ସମୟରେ ନୱାଜ ଏବଂ ରିଜୱାନଙ୍କ ମଧ୍ୟରେ ୭୩ ରନର ଭାଗିଦାରୀ ହୋଇଥିଲା।  ନୱାଜଙ୍କ ଆଉଟ୍ ର କିଛି ସମୟ ପରେ ରିଜୱାନ୍ ମଧ୍ୟ ୭୧ ରେ ଆଉଟ୍ ହୋଇଯାଇଥିଲେ। କିନ୍ତୁ ସେତେବେଳକୁ ପାକିସ୍ତାନ ଭଲ ସ୍ଥିତିରେ ଥିଲା।  ଶେଷ ଦୁଇ ଓଭରରେ ପାକିସ୍ତାନକୁ ୨୬ ରନ୍ ଆବଶ୍ୟକ ଥିଲା, କିନ୍ତୁ ଭୁଭି ୧୯ତମ ଓଭରରେ ୧୯ ରନ୍ ବ୍ୟୟ କରିଥିଲେ ଏବଂ ଅର୍ଶଦୀପ ସିଂ ମଧ୍ୟ ଆସିଫ ଅଲିଙ୍କଠାରୁ ଗୋଟିଏ କ୍ୟାଚ୍ ଛାଡିଥିଲେ।  ତା’ପରେ ଶେଷ ଓଭରରେ ସାତ ରନ୍ ଆବଶ୍ୟକ ଥିଲା, ଯାହା ପାକିସ୍ତାନୀ ଦଳ ପଞ୍ଚମ ବଲରେ ସଂଗ୍ରହ କରି ନେଇଥିଲା।

Get real time updates directly on you device, subscribe now.