ନୂଆଦିଲ୍ଲୀ:ଏସୀୟ କ୍ରୀଡାର ଆଜି ସପ୍ତମ ଦିନ । ସପ୍ତମ ଦିନରେ ଭାରତକୁ ପ୍ରଥମ ଗୋଲ୍ଡ ଦେଇଛନ୍ତି ରୋହନ ବୋପନ୍ନା ଓ ଋତୁଜା ଭୋସଲେ ଯୋଡି । ଗତ ୬ ଦିନ ମଧ୍ୟରେ ଭାରତ ୩୩ ପଦକ ଜିତି ସାରିଛି । ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ୫, ଦ୍ୱିତୀୟ ଦିନରେ ୬, ୪ର୍ଥ ଦିନରେ ୮, ୫ମ ଦିନରେ ୩ ଓ ୬ଷ୍ଠ ଦିନରେ ୮ ପଦକ ଜିତିଛନ୍ତି ।
ଟେନିସ ମିକ୍ସଡ୍ ଡବଲ୍ସରେ ରୋହନ ବୋପନ୍ନା ଓ ଋତୁଜା ଭୋସଲେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ପାରି ୬-୨ ସେଟ୍ରେ ହାରିବା ପରେ ଭାରତୀୟ ଯୋଡି ପୁନଶ୍ଚ ଫେରିବା ପରେ ବେଶ୍ ଦମଦାର ପ୍ରଦର୍ଶନ କରିଥିଲେ । ଏହି ଯୋଡି ସୁପର ଟାଇ ବ୍ରେକ ୧୦-୪ ରେ ଜିତିଛନ୍ତି । ଏହି ଭାରତୀୟ ଯୋଡି ଚୀନ୍ ତାଇପି ଯୋଡିଙ୍କୁ ୨-୧ରେ ହରାଇଛନ୍ତି । ଏହା ପୂର୍ବରୁ ସରବଜୋତ ସିଂହ ଓ ଦିବ୍ୟା ଥଡିଗୋଲଙ୍କ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ଦୂରେଇ ଯାଇଥିଲେ ବି ଭାରତକୁ ଶୁଟିଂରେ ରୌପ୍ୟ ମେଡାଲରେ ଜିତାଇଛନ୍ତି ।
𝙂𝙊𝙇𝘿 𝙄𝙏 𝙄𝙎!🥇🌟
🇮🇳 mixed doubles duo, @RutujaBhosale12 and #TOPSchemeAthlete @rohanbopanna have clinched GOLD, showcasing their unmatched talent and teamwork on the world stage. 🏆🎾
Let's applaud their remarkable victory at the #AsianGames2022 with pride and passion!… pic.twitter.com/kpZs1JcLq4
— SAI Media (@Media_SAI) September 30, 2023
୨୦୦୨ ଏସୀୟ କ୍ରୀଡା ପରେ ଏହି ଖେଳରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଧାରା ଜାରି ରହିଛି । ରୋହନ ବୋପନ୍ନା ୨ ଥର ଏସୀୟ ଖେଳରେ ଚାମ୍ପିଆନ ହୋଇଛନ୍ତି । ସେ ୨୦୧୮ରେ ଦ୍ୱିବିଜ ଶରଣଙ୍କ ସହିତ ପୁରୁଷ ଯୋଡି ଜିତିବା ସହିତ ଏବେ ଋତୁଜା ଭୋସେଲେଙ୍କ ସହିତ ଡବଲ ଯୋଡିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।