fbpx

ଭୁବନେଶ୍ୱର କ୍ଲବର ସଭାପତି ଭାବେ ପୁଣି ନିର୍ବାଚିତ ହେଲେ ଅସୀତ ତ୍ରିପାଠୀ

Advertisement

ଭୁବନେଶ୍ୱର :ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପୁଣି ଥରେ ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି ତୃତୀୟ ଥର ପାଇଁ ଭୁବନେଶ୍ବର କ୍ଲବ ସଭାପତି ହୋଇଛନ୍ତି। ତେବେ ଭୁବନେଶ୍ବର କ୍ଲବ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୧୧ଟାରୁ ଭୋଟ ଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା। ଭୁବନେଶ୍ବର କ୍ଳବରେ ମୋଟ ସଦସ୍ୟ ସଂଖ୍ୟା ୨୨୭୩ ଥିବା ବେଳେ ନିର୍ଦ୍ଧାରିତ ସମୟରେ ଅପରାହ୍ନ ୫ଟା ମଧ୍ୟରେ ୧୧୩୬ ସଦସ୍ୟ ଭୋଟ ଦେଇଥିଲେ।

ତେବେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି। ସମସ୍ତ ପଦବୀ ପାଇଁ ବାଲଟ ପେପରରେ ଭୋଟ କରାଯାଇଥିଲା। ୧୨ଟି ଟେବୁଲରେ କାଉଁଟିଙ୍ଗ କରାଯାଇଥିଲା। ୧୧୩୬ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ଅସିତ ବିଜୟୀ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ପ୍ରଗତି କୁମାର ମହାନ୍ତି,ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ପାର୍ଥଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଏକଜୁକ୍ୟୁଟିଭ କମିଟି ପାଇଁ ଅସିତଙ୍କ ପ୍ୟାନେଲ ଥିବା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ବର କ୍ଲବର ସମସ୍ତ ଭୋଟିଙ୍ଗ ପକ୍ରିୟାକୁ ନିର୍ବାଚନ ଅଧିକାରୀ ଜ୍ୟୋତି ପ୍ରକାଶ ଦାଶ ପରିଚାଳନା କରୁଥିଲେ।

Get real time updates directly on you device, subscribe now.