fbpx

ପର୍ଣ୍ଣୋଗ୍ରାଫିକୁ ନେଇ ଭାରତରେ ରହିଛି କଡ଼ା ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ଶିଳ୍ପପତି ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ଭଳି ଏକ ଗୁରୁତର ମାମଲାରେ ଫସିଛନ୍ତି । ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଗିରଫ କରିଛି । ପୁଲିସ୍ ପାଖରେ ରାଜ୍ ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଏବେ ପୁଲିସ୍ ଏହି ମାମଲାକୁ ଖୋଳତାଡ଼ କରୁଛି । ତେଣୁ ପ୍ରତିଦିନ ଏହାକୁ ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ନିର୍ମାଣ ଏବଂ ଆପ୍ ରେ ପ୍ରସାରଣ କରିବା କାରବାରର କନେକ୍ସନ୍ ଲଣ୍ଡନ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି । ଭାରତରେ ଏହାକୁ ନେଇ ଥିବା ବିଭିନ୍ନ ନିୟମକାନୁନ୍ କାରଣରୁ ସେ ବିଦେଶରେ ଏହାର ବେପାର କରୁଥିଲେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଭାରତରେ କଣ ରହିଛି ପର୍ଣ୍ଣୋଗ୍ରାଫୀ କୁ ନେଇ ନିୟମ ଓ ଅଧିନିୟମ ଏବଂ ଏହାର ଦଣ୍ଡ ପ୍ରାବଧାନ ।

ସାଇବର ପର୍ଣ୍ଣୋଗ୍ରାଫି ଆକ୍ଟ, ଯାହା ଅଧୀନରେ ରାଜ କୁନ୍ଦ୍ରାଙ୍କ ଉପରେ ଅଭିଯୋଗ ଅଣାଯାଇଛି । ଏହା ହେଉଛି ସେହି ନିୟମ ଯାହା ଅଧୀନରେ ସାଇବର ସ୍ପେସ୍ ବ୍ୟବହାର କରି କିମ୍ବା ମାଧ୍ୟମରେ ଅଶ୍ଳୀଳ ଭିଡିଓ ତିଆରି କରିବା, ତାକୁ ପ୍ରସାରଣ କରିବା ଏବଂ ସେୟାର ଓ ଆମଦାନୀ କରାଯାଏ । ସାଇବର ସ୍ପେସର ଆଗମନ ପରେ ପରମ୍ପରାଗତ ଅଶ୍ଳୀଳ କଣ୍ଟେଣ୍ଟ୍ କୁ ଅଧିକ ମାତ୍ରାରେ ବ୍ୟବହାର କରି ସେସବୁକୁ ଅନଲାଇନ୍ ଓ ଡିଜିଟାଲ୍ ପର୍ଣ୍ଣୋଗ୍ରାଫିକ୍ କଣ୍ଟେଣ୍ଟ୍ ରେ ପରିଣତ ରୁପାନ୍ତରିତ କରାଯାଉଛି ।

ତେବେ ସାଇବର୍ ପର୍ଣ୍ଣୋଗ୍ରାଫୀ କିଛି ଦେଶର ବ୍ୟାନ୍ କରାଯାଇଥିବା ବେଳେ କିଛି ଦେଶରେ ଏହା ବୈଧ ଅଟେ । ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଅନୁଯାୟୀ, ଏହା ନିଷେଧ ତଥା ଆଇନଗତ ନୁହେଁ। ଏହି ଆଇନର ଧାରା ୬୭ ଅନୁଯାୟୀ, ଅନେକ କାର୍ୟ୍ୟ ଦଣ୍ଡନୀୟ ଅପରାଧ ବର୍ଗରେ ଆସିଥାଏ । ଏଥିରେ ତିନି ବର୍ଷ କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଭରିବାକୁ ପଡ଼ିଥାଏ ।

ଏହି ଅଧିନିୟମ ଆଧାରରେ ଅଶ୍ଳୀଳ ସାମଗ୍ରୀ ହ୍ୱାଟସଆପ୍ ଗ୍ରୁପ୍ ରେ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ପୋର୍ଟାଲରେ ଅପଲୋଡ୍ କରିବା ଦ୍ୱାରା ଥାଡ ପାର୍ଟି ଏହିପରି ବିଷୟବସ୍ତୁକୁ ଦେଖିପାରିବେ । ଏହାର ପ୍ରସାରଣରେ ଇମେଲ, ମେସେଜିଂ, ହ୍ୱାଟସଆପ୍ କିମ୍ବା ଯେକୌଣସି ପ୍ରକାରର ଡିଜିଟାଲ୍ ମିଡିଆ ମାଧ୍ୟମରେ ଅନ୍ୟ ମାନଙ୍କୁ ଅଶ୍ଳୀଳ ଚିତ୍ର, ଭିଡିଓ କିମ୍ବା ଫଟୋଗ୍ରାଫ୍ ପଠାଇବା ଅନ୍ତର୍ଭୁକ୍ତ ରହିଛି ।

ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ଏହି ଭଳି ଜିନିଷ ସେୟାର୍ କିମ୍ବା କାରବାର କରୁଛି ତାକୁ କଠୋର ଦଣ୍ଡ ଦିଆଯାଉଛି । କିନ୍ତୁ ଅନ୍ୟ ପକ୍ଷରେ ଅଶ୍ଳୀଳ ଭିଡିଓ ରଖିବା କିମ୍ବା ତାକୁ ଡାଉନଲୋଡ୍ କରିବା ଦେଖିବା ଦଣ୍ଡ ନୂହେଁ । ଏଥିପାଇର୍ କୌଣସି ଦଣ୍ଡର ପ୍ରାବଧାନ ନାହିଁ । ଆଉ ଯଦି କଣ୍ଟେଣ୍ଟ୍ ରେ କୌଣସି ପିଲା ସାମିଲ୍ ରହିଛନ୍ତି ତେବେ ତାକୁ ଅପରାଧ ଶ୍ରେଣୀରେ ନିଆଯାଇଥାଏ । ଏହି ପରିସ୍ଥିତିରେ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।

Get real time updates directly on you device, subscribe now.