fbpx

Jeans ପିନ୍ଧିଥିବାରୁ ଦୋକାନରେ ଝିଅକୁ ଅସଦାଚରଣ; ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ୍

ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ମଧ୍ୟ ମଣିଷ ରୁଢିବାଦୀ ଚିନ୍ତାଧାରା ପରିତ୍ୟାଗର ନାମ ନେଉନାହିଁ । ଏମିତି ଏକ ଘଟଣା ଘଟିଛି ଯେଉଁଠି ବୁର୍ଖା ନ ପିନ୍ଧିବା କାରଣରୁ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି । ଏମିତି ଏକ ଘଟଣା ଆସାମରେ ଦେଖିବାକୁ ମିଳିଛି । ଜଣେ ଯୁବତୀ ଏକ ମୋବାଇଲ ଦୋକାନକୁ ଇୟର ଫୋନ କିଣିବାକୁ ଯାଇଥିବା ବେଳେ ଜିନ୍ସ ପିନ୍ଧିଥିବା କାରଣରୁ ଅସଦାଚରଣ କରିଥିଲେ ଦୋକାନୀ । ଯୁବତୀ ଜଣଙ୍କୁ ଦୋକାନରୁ ବାହାରି ଯିବା ପାଇଁ ମଧ୍ୟ କୁହା ଯାଇଥିଲା । ଏହା ସହିତ ପରବର୍ତ୍ତୀ ସମୟରେ ବୁର୍ଖାରେ ଆସିବା ପାଇଁ ମହିଳାଙ୍କୁ କହିଥିଲେ ଦୋକାନୀ ।
ଏପରି ଭାବରେ ଡ୍ରେସ ପିନ୍ଧିବା ଦ୍ୱାରା ତାଙ୍କ ପରିବାରର ଝିଅ ବୋହୂଙ୍କ ଉପରେ ଖରାପ ପ୍ରଭାବ ପଡିବ । ଝିଅ ଜଣଙ୍କ ନିଜ ଘରେ ଘଟଣା ସମ୍ପର୍କରେ କହିବା ପରେ ଝିଅଙ୍କ ପିତା ଏହାକୁ ବିରୋଧ କରିଥିଲେ । ଦୋକାନୀଙ୍କ ଦୁଇ ପୁଅ ଯୁବତୀଙ୍କ ପିତାକୁ ମାଡ ମାରିବା ପରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.