fbpx

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପ୍ରସଙ୍ଗ; SCBରେ ପ୍ରାଣ ହରାଇଲେ ଯୁବକ

କଟକ (ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଯୁବକ ଜଣଙ୍କ ଚିକିତ୍ସାରେ ଅବହେଳା ତଥା ସରକାରଙ୍କ ଉଦାସୀନତା ଅଭିଯୋଗରେ କୀଟନାଶକ ସେବନ କରିବା ସହିତ ନିଜର ହାତ କାଟି ଦେଇଥିଲେ । ଯୁବକଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ତେବେ ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁଯାୟୀ ଯୁବକଙ୍କ ପରଲୋକ ଘଟିଛି । କଟକର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ପରଲୋକ ଘଟିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଯୁବକ ଜଣଙ୍କ ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.