fbpx

ଜଣଙ୍କୁ ଆତ୍ମହତ୍ୟା ପାଇଁ ସାହାଯ୍ୟ କରିବା ଏକ ଅପରାଧ ନୁହେଁ, ବିଶ୍ୱକୁ ଚକିତ କଲା ଭଳି ନିଷ୍ପତ୍ତି ଶୁଣାଇଲେ କୋର୍ଟ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: କୁହାଯାଇ, ଆତ୍ମହତ୍ୟା କରିବା ଏକ ମହାପାପ । ସୁଇସାଇଡ୍ କରୁଥିବା ଲୋକଙ୍କୁ ଏ ସମାଜ ଦୁର୍ବଳମନା ବୋଲି ଗ୍ରହଣ କରିଥାଏ । ତେବେ ଜଣେ ବ୍ୟକ୍ତି ଏବେ ନିଜ ଇଚ୍ଛାକୁ ପାଥେୟ କରି ଆତ୍ମହତ୍ୟା କରିପାରିବ । ଜଣେ ବ୍ୟକ୍ତି ଯଦି କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିବେ, ତେବେ ସେ କ୍ଷେତ୍ରରେ ସୁଇସାଇଡକୁ ଆଇନଗତ ମାନ୍ୟତା ମିଳିବ । ନିକଟରେ କଲମ୍ବିଆର ଏକ କୋର୍ଟ ଏପରି ନିଷ୍ପତ୍ତି ଶୁଣାଇ ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି ।

ତେବେ କୋର୍ଟ କହିଛନ୍ତି ଯେ, ଗମ୍ଭୀର ରୋଗରେ ମରଣସହ ଲଢ଼େଇ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବା ପାଇଁ ସହାୟତା କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଆହତ୍ମତ୍ୟା କରିବା ପାଇଁ ସହଯୋଗ କରିଥିବା ମେଡିକାଲ ଷ୍ଟାଫ କୌଣସି ଦଣ୍ଡରେ ଦଣ୍ଡିତ ହେବେ ନାହିଁ । ପୂର୍ବରୁ କଲମ୍ବିଆରେ ଏହି ନିୟମ ପ୍ରଚଳିତ ନଥିଲା । ତେବେ ଏହି ନିୟମ ଲାଗୁ କରି କଲମ୍ବିଆ ଲାଟିନ ଆମେରିକାର ପ୍ରଥମ ରାଷ୍ଟ୍ର ପାଲଟିଥିବା ସେଠାକାର ଜଣେ ଆଇନଜୀବୀ ମତ ଦେଇଛନ୍ତି ।

ଗତ ୧୯୯୭ ମସିହାରେ କଲମ୍ବିଆରେ ଇଚ୍ଛାମୃତ୍ୟୁକୁ ବୈଧ ଭାବେ ଗ୍ରହଣ କରାଯାଇଥିଲା । ଗତ ଜାନୁଆରୀ ମାସରେ ଅସାଧ୍ୟ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତି ଏହି ଆଇନର ପ୍ରୟୋଗ କରିଥିଲେ । ଯେତେବେଳେ ଜଣେ ଯୁବକ ଡାକ୍ତରଙ୍କ ସହ ପରାମର୍ଶ କରି ନିଜ ଜୀବନକୁ ସମାପ୍ତ କରିବା ପାଇଁ ପଦକ୍ଷେପ ନିଏ, ସେ କ୍ଷେତ୍ରରେ ତାଙ୍କୁ ସହାୟତା ପ୍ରାପ୍ତ ଆତ୍ମହତ୍ୟା ବର୍ଗରେ ରଖାଯାଇଥାଏ । ଗମ୍ଭୀର ମାମଲାରେ ଜଣେ ରୋଗୀ ଆତ୍ମହତ୍ୟା କରିବା ପାଇଁ ଓ ଡାକ୍ତରଙ୍କଠାରୁ ସହାୟତା ପ୍ରାପ୍ତ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିବା ଉଚିତ ବୋଲି କୁହାଯାଇଛି ।
ପୂର୍ବରୁ ଆତ୍ମହତ୍ୟା କରୁଥିବା ଗମ୍ଭୀର ରୋଗୀଙ୍କୁ ସହାୟତା କରୁଥିବା ଲୋକଙ୍କୁ ୧୬ରୁ ୨୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହେଉଥିଲା । ସୂଚନାଯୋଗ୍ୟ ଯେ, କଲମ୍ବିଆ ବ୍ୟତୀତ ସ୍ୱିଜରଲାଣ୍ଡ, ନେଦରଲାଣ୍ଡ, ଲକଜମବର୍ଗ, କାନାଡ଼ା, ଅଷ୍ଟ୍ରେଲିଆ, ସ୍ପେନ, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକାର କିଛି ରାଜ୍ୟରେ ସହାୟତାପ୍ରାପ୍ତ ଆତ୍ମହତ୍ୟାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.