fbpx

ମିଶିଲା ଭାରତ ପାକିସ୍ତାନଙ୍କ ମନ: ଶେଷରେ UN ଭୋଟିଙ୍ଗରେ ଉଭୟ ଦେଶ ଦେଲେ ସମାନ ମତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ, ସେଥିରେ ଉଭୟ ଦେଶର କୌଣସି ମତ ସମାନ ହେବା ନିଶ୍ଚୟ ବିରଳ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଏହି ଅଜବ ଘଟଣା ଘଟିଯାଇଛି । ଉଭୟ ଦେଶ ଏବେ ଯୁଦ୍ଧକୁ ନେଇ ଗୋଟିଏ ମତ ଦେଇଛନ୍ତି । ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ପଦକ୍ଷେପକୁ ଶେଷରେ ମତ ରଖିଛନ୍ତି ଭାରତ ଏବଂ ପାକିସ୍ତାନ । ଯଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦର ଏ ପ୍ରସ୍ତାବକୁ ବାରଣ କରିଛନ୍ତି । ତେବେ ୪୭ ରାଷ୍ଟ୍ର ସଦସ୍ୟ ମଧ୍ୟରୁ କେବଳ ଚୀନ ଏବଂ ଇରିଟ୍ରିୟା ହିଁ ଭୋଟକୁ ବିରୋଧ କରିଛନ୍ତି ।

ପୂର୍ବରୁ ମଧ୍ୟ ଭାରତ ଋଷ ବିରୋଧରେ ଏହି ଭୋଟିଂକୁ ବାରଣ କରିଛି । ପୁଣି ଥରେ ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ନେଇ ହୋଇଥିବା ଏହି ଭୋଟିଂରେ ଭାରତ ନିଜକୁ ଦୂରେଇ ରଖିଛି । ତେବେ ୟୁକ୍ରେନରେ ଲୋକମାନଙ୍କ ମାନବାଧିକାରର ସମ୍ମାନ ଏବଂ ସଂରକ୍ଷଣ ପାଇଁ ଆହ୍ୱାନ କରିବା ସହ ଏହାର ବୈଶ୍ୱିକ ପ୍ରଚାର ଏବଂ ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦେହରାଇଛି ଭାରତ । ୟୁକ୍ରେନର ଏହି ପ୍ରସ୍ତାବରେ କୀଭ, ଖାରକିଭ, ଚେର୍ଣ୍ଣିହାଇଭ ଏବଂ ସୁମି ସହରରେ ଋଷ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ହୋଇଥିବା କୁହାଯାଇଛି । ତେବେ ଏହାର ଯାଞ୍ଚ ସମୟରେ ପୂର୍ବରୁ କମିଟି ପାଇଁ ଏକ ଅତିରିକ୍ତ ଜନାଦେଶ ଜାରି କରାଯାଇଛି । ତେବେ ୩୩ ଭୋଟ ସହ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

ମାର୍ଚ୍ଚ ମାସରେ ମଧ୍ୟ ଭାରତ ଯାଞ୍ଚ କମିଟି ଗଠନ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହିଥିଲା । ତେବେ ବୁକାରେ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ ନିନ୍ଦା କରିବା ସହ ସ୍ୱତନ୍ତ୍ର ଯାଞ୍ଚ ପାଇଁ ଆହ୍ୱାନକୁ ସମର୍ଥନ ଦେଇଥିଲା । ସେପଟେ ଚୀନ ଏହି ସମୟରେ ଭୋଟିଂକୁ ବାରଣ କରିଥିଲା । କିନ୍ତୁ ଏବେ ପ୍ରସ୍ତାବର ବିରୋଧରେ ଯାଇଛି । ଚୀନର କହିବା ଅନୁସାରେ, ଏହା ସନ୍ତୁଳିତ କିମ୍ବା ଉଦ୍ଦେଶ୍ୟପୂର୍ଣ୍ଣ ନୁହେଁ । ଏହା କେବଳ ଉତ୍ତେଜନା ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛି ଡ୍ରାଗନ ।

Get real time updates directly on you device, subscribe now.