fbpx

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ୁଛନ୍ତି । ତେବେ ଗତକାଲି ଜଣେ ଆଇଆଇସି ଲାଞ୍ଚ ନେଇ ଧରାପଡ଼ିଥିବା ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଡ କଲେକ୍ଟର । ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।

ଜଣାପଡ଼ିଛି ଯେ, ଶ୍ରୀ ନାୟକଙ୍କ ନାମରେ ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ ଶ୍ରୀ ନାୟକଙ୍କର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଛେଣ୍ଡ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ, ଭୁବନେଶ୍ୱର ଗୋଠପାଟଣା ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ରେଡରେ ରାଉରକେଲା, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ର ଭିଜିଲାନ୍ସର ୪ଟି ଟିମ୍ ସାମିଲ ହୋଇଥିଲେ ।

Get real time updates directly on you device, subscribe now.