fbpx

OPS କ୍ୟାଡର ସହକାରୀ ନିର୍ଦ୍ଦେଶକ ପଦ ପାଇଁ ଆଡମିଟ୍ କାର୍ଡ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସେବା (ଓପିଏସ) କ୍ୟାଡରର ସହକାରୀ ନିର୍ଦ୍ଦେଶକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦ ପାଇଁ ଆଡମିଟ୍ କାର୍ଡ ଓ ଲିଖିତ ପରୀକ୍ଷାର ଶିଡ୍ୟୁଲ ଜାରି କରାଯାଇଛି । ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୱେବସାଇଟକୁ ଯାଇ ଏହି ନିଯୁକ୍ତିର ଲିଖିତ ପରୀକ୍ଷା ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ । ସୂଚନାଯୋଗ୍ୟ ଯେ, ଓପିଏସସି ରାଜ୍ୟ ସରକାରଙ୍କ ଅଧିନରେ ଅନେକ ପଦ ପାଇଁ ନିଯୁକ୍ତି ପରିଚାଳନା କରିଥାଏ । ଓପିଏସସି ଜରିଆରେ ଚୟନ ହେବା ପରେ ଯୋଗ୍ୟ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପୋଷ୍ଟିଂ ପାଇଥାନ୍ତି ।

Get real time updates directly on you device, subscribe now.